STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଜଗନ୍ନାଥ ତୁମେ ଜଗତ ନାଥ

ଜଗନ୍ନାଥ ତୁମେ ଜଗତ ନାଥ

1 min
237

ତୁମେ ରାମ ତୁମେ କୃଷ୍ଣ

ଜଗନ୍ନାଥ ଜନାର୍ଦ୍ଦନ

ତୁମେ ବିଷ୍ଣୁ ନାରାୟଣ

ତୁମେ ପତିତ ପାବନ।।


ତୁମେ ବରାହ ବାମନ

କାଳିଆ କଳାବଦନ

ପଦ୍ମ ପଳାସ ଲୋଚନ

ଭକତ ହୃଦ ଚନ୍ଦନ।।


ଅଚ୍ୟୁତ ଅଚ୍ୟୁତାନନ୍ଦ

ଆନନ୍ଦ ପରମାନନ୍ଦ 

ଗୋବିନ୍ଦ ବିଶ୍ଵ ବନ୍ଦନ

କେଶବ କଂଶ ମର୍ଦ୍ଦନ ।।


ତୁମେ ଅନାଥ ର ନାଥ

ତୁମେ ଜଗତର ନାଥ 

ତୁମେତ ନନ୍ଦ ନନ୍ଦନ

ଚୈତନ୍ୟ ଚିତ୍ତ ଚନ୍ଦନ।।


ବନମାଳୀ ବଳିଧ୍ବ°ସୀ

କାଶ୍ଯପେୟ କାଳନାଶି

ଅନନ୍ତ ଅଶୃମୋଚନ 

ମାଧବ ମଧୁସୂଦନ ।।


ତୁମେ ଯେ ପୁରୁଷୋତ୍ତମ 

ପର୍ଷୁରାମ ତ୍ରୀବିକ୍ରମ

ତୁମେ ଜାମଳା ଭଞ୍ଜନ 

ଧନମାଳୀ ଦୁଃଖୀଧନ ।।


ତୁମେ ଭୂତ ଭବିଷ୍ୟତ

କାଳ ତୁମ କବଳିତ

ତୁମେ ଜପ ତପ ଧ୍ଯାନ 

ଜ୍ଞାନାଦୀପ ଜ୍ଞାନାଞ୍ଜନ।।


ଚାରି ଯୁଗେ ଲିଳା ଖେଳା

କେତେ ରୂପ କେତେ ଲୀଳା 

କଳିଯୁଗେ ଦାରୁବ୍ରହ୍ମ

ବ୍ରହ୍ମରାଶି ପୂର୍ଣ୍ଣ ବ୍ରହ୍ମ।।


ଚକାଆଖି ଚକାଡୋଳା

ଲିଳାମୟ ଷୋଳକଳା

ଶାସ୍ତ୍ର ପୁରାଣ ବର୍ଣ୍ଣନ

ତୁମେ ବିଷ୍ଣୁ ନାରାୟଣ।।


ଅରବିନ୍ଦ ଗୋପଚାନ୍ଦ

ଆଦିକନ୍ଦ ଶ୍ରୀ ମୁକୁନ୍ଦ 

ଅଣାକାର ଶାନ୍ତାକାର

ଚକ୍ରପାଣି ଚକ୍ରଧର।।


ଗୋବିନ୍ଦ ହରି ଗୋପେନ୍ଦ୍ର

ଅଭୟା ନନ୍ଦ ଉପେନ୍ଦ୍ର

ଜ୍ୟୋତିର୍ମୟ ଜଗଦୀଶ

ଦାମୋଦର ହୃଷିକେଶ।।


ତୁମେ ପ୍ରଭୁ ଗତି ମୁକ୍ତି 

ଦୟା କ୍ଷମା ସତ୍ୟ ଶାନ୍ତି  

ଦୟାମୟ ଦଇତାରୀ  

ଦିବ୍ୟ ଜ୍ୟୋତି ଦୁଃଖହାରୀ ।।


ବେଦ ଗାଏ ଗାଥା ତୁମ

ଜଗନ୍ନାଥ ଆଦି ବ୍ରହ୍ମ

ତୁମେ ଜ୍ଞାନ ତୁମେ ଶବ୍ଦ 

ଚାରି ମୂର୍ତ୍ତୀ ଚାରି ବେଦ ।।


ସ୍କନ୍ଦ ବିଷ୍ଣୁ ବ୍ରହ୍ମ ପଦ୍ମ 

ପୁରାଣେ ପୁରୁଷୋତ୍ତମ

କ୍ଷେତ୍ର ର କେତେ ବର୍ଣ୍ଣନା

ଭାବ ଭକ୍ତି ମୂରୁଛନା।।


ପବିତ୍ର ମହାଭାରତ

ଗୀତା ଆଉ ଭାଗବତ

କେତେଯେ ପୁରାଣ ପୋଥି

ଗାଏ ତୁମ ଜୟ ଗୀତି ।।


କେତେ ସାଧୁ କେତେ ସନ୍ଥ

କବୀର ନାନକ ସେତ

ସାଲବେଗ ଶ୍ରୀଚୈତନ୍ୟ

ନାମ ଗାଇ ହେଲେ ଧନ୍ୟ।।


ମାନବୀୟ ଲୀଳା ପାଇଁ

ଧନ୍ୟ ତୁମେ କଳା ସାଇଁ

ଭକ୍ତ କୁ ଭେଟିବା ପାଇଁ

ଆସନୁ ଆସ ଓହ୍ଲାଇ।।


ଭକ୍ତ ଠାରୁ ମାଗି ଖାଅ

ଭକ୍ତ ଲୁହ ପୋଛି ଦିଅ 

ଭକ୍ତ ପ୍ରେମେ ବାଇ ହୁଅ 

ଭକ୍ତ ଗାଳି ସହି ଥାଅ।।


ତୁମ ଚକାଚକା ଆଖି

ସେ ଆଖିକୁ ଦେଲେ ଦେଖି

ଆଖି ରହିଯାଏ ଲାଖି

ଲୁହ ସବୁ ଯାଏ ଶୁଖି।।


ତୁମରି କଳା ଶ୍ରୀମୁଖ

ହରିନିଏ ସବୁ ଦୁଃଖ

ସେ ମୁହଁ କୁ ଚାହିଁ ଚାହିଁ

ଅମା ରାତି ଯାଏ ପାହି।।


Rate this content
Log in

Similar oriya poem from Classics