STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଜଗନ୍ନାଥ ଜଣାଣ

ଜଗନ୍ନାଥ ଜଣାଣ

2 mins
437

ରାଗ - ତୋଡିପରଜ

କବିସୂର୍ଯ୍ୟ ବଳଦେବ ରଥ

କ୍ଷୀରମୟ ସିନ୍ଧୁ –ଜେମାଜୀବବନ୍ଧୁ, ତୁମ୍ଭେ ତ ଜଗତପତି 

ଟେକି ସମ ଦୃଷ୍ଟିପତାଳକୁ ପୁଣି ଏ କି ପକ୍ଷପାତ ରୀତି ହେ ମହାପ୍ରଭୁ

କେ କି କଲା ମୁଁ ନକଲି କେ କି ଦେଲାଅବା ମୁଁ ଅବା ନଦେବା ଘେନି

ଏତେ ସରି ହେଲି ହେ ମହାପ୍ରଭୁ (1)

ମୃଗ ଯୁବତୀକି ରଖିଲ ଯେ ନାଶି ମୃଗୟୁ ବିଦ୍ୱେଷ ଦାଉ

ଚରଣ ପଙ୍କଜ ସ୍ମରଣ ବିନା ସେ କିସ କରି ଥିଲା ଆଉ ହେ ମହାପ୍ରଭୁ

କୁମ୍ଭୀର ଗ୍ରାସନ୍ତେ ଗାତ୍ର ଜନେ କହିବାରେ ଅନେକପ ରଜା ମନେ କଲା

ସିନା ମାତ୍ର ହେ ମହାପ୍ରଭୁ (2)

ନୃପ ସଭା ମଧ୍ୟେଅସ୍ଥିର ହୁଅନ୍ତେ ଦୃପଦ ସୁତା ଆବର

ଧ୍ୟାନରୁ ତ ଆନ କିଛି କରିବାର କାନ ଶୁଣିନାହିଁ ମୋର ହେ ମହାପ୍ରଭୁ

ହିତେ ଯେ ଥାଅ ନିରତେ ଲାଞ୍ଚ ଦେଇଥିଲେ କାଞ୍ଚନ କେତେ କି ପାଞ୍ଚ

ପଣ୍ଡୁରାଜ ସୁତେ ହେ ମହାପ୍ରଭୁ (3)

ରୂପରେ କେଳତି ଉପରେ ପତାକା ଦିଆଇଲ ଯେ କୁଜୀକି 

ଯାହା ହୋଇଥିଲା ଯାହା ହେଲା ତୁମ୍ଭ ପ୍ରସାଦବଶୁଁ ରଜକୀ ହେ ମହାପ୍ରଭୁ

ଜଗତେ ତ ତାହା ଜଣା  ଅନ୍ଧକୁ ନେତ୍ର ମିଳିବାରୁ ହୋଇଛି ଯଶ

ଡିଣ୍ଡିମ ବାଜଣା ହେ ମହାପ୍ରଭୁ (4)

ନଳକୁବରଙ୍କ ଚରିଚକୁ ବୁଧେ ବଳକୁ ଅଛନ୍ତି ଏବେ

ପ୍ରହ୍ଲାଦକୁ ମହା ଆହ୍ଲାଦ ଆପଣ କରିଛ ପରା ପୁରୁବେ ହେ ମହାପ୍ରଭୁ

ମୁନିଙ୍କ ଆଶ୍ରମ ଶିଳା ତୁମ୍ଭକୁ କି ଉପକାର କରି ରୁପବତୀ ହୋଇ

ବିକସିଲା ହେ ମହାପ୍ରଭୁ (5)

କେବଳ ସୁଦାମା ଦ୍ୱିଜ ନିଜ ଶକ୍ତି ଅନୁରୂପ ଆଚରିଲେ

ଗଳିତାଏ ଖୁଦ ନଜର ଦେବାରୁ ଫଳ ତା ଦୃଶ ଲଭିଲେ ହେ ମହାପ୍ରଭୁ

ଆଉ କେ କି କଲା କହ କାହା କାମ କୁମ୍ଭ ପୂରିନାହିଁ ତୁମ୍ଭ

ଅହେତୁକ ଅନୁଗ୍ରହ ହେ ମହାପ୍ରଭୁ (6)

ଅବନୁଗତ ତୋ ମନ ନୁହେଁ ବୋଲି ଆଜ୍ଞା ହେବ ଅବା ମୋତେ

ନାମ ସ୍ୱସୁତର ଡାକିବାରୁ ଦିବ୍ୟଧାମ ଲଭିଲେ କେମନ୍ତେ ହେ ମହାପ୍ରଭୁ

ଅଜାମିଳ ମହୀସୁର କେଉଁ ସାବଧାନ ହୋଇ ନାମ ଗାନ କରିଥିଲେ

ସେ ତୁମ୍ଭର ହେ ମହାପ୍ରଭୁ (7)

କବିରବି ରାୟଗୁରୁ ଯୋଡି କର ଯୁଗକୁ ଛାମୁରେ କହେ,

ଭଲ ଅବା ମନ୍ଦ କରିବାକୁ ତ ମୁଁ ମୋହର ଆୟତ ନୁହେଁ ହେ ମହାପ୍ରଭୁ

ସବୁ ତୁମ୍ଭ ଇଛା ସିନା, ତଖ ବା ନରଖ ମୋହରି

ଗତି ତ ପତିତପାବନବାନା ହେ ମହାପ୍ରଭୁ (8)


Rate this content
Log in

Similar oriya poem from Classics