Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଜଗନ୍ନାଥ ଜଗନ୍ନାଥ ପଡୁଛିରେ ହୁରି

ଜଗନ୍ନାଥ ଜଗନ୍ନାଥ ପଡୁଛିରେ ହୁରି

1 min
288



ଜଗନ୍ନାଥ ଜଗନ୍ନାଥ 

         ପଡୁଛିରେ ହୁରି

ଜଗନ୍ନାଥ ଆସୁଛନ୍ତି 

          ମନ୍ଦିରୁ ବାହାରି

ଭକତଙ୍କ ଖୁସି ପାଇଁ 

        ଗହଳି ଲଗାଇ

ହଲିଝୁଲି ଆସୁଛନ୍ତି 

        ଜଗତ ଗୋସାଇଁ

କଳା ବଦନକୁ ଦେଖି

        ଆତ୍ମା ଯାଏ ଭରି

ଜଗନ୍ନାଥ ଜଗନ୍ନାଥ 

        ପଡୁଛିରେ ହୁରି।


ବିଶ୍ଵ ବ୍ରହ୍ମାଣ୍ଡରେ ନାହିଁ 

         ଏମିତି ଠାକୁର

ଥରେ ଯିଏ ଦେଖିଦିଏ

         ମନ ତା ବିଭୋର

କି ଯାଦୁ ରଖିଛି ସେହି 

         କାଳିଆ ଠାକୁର

ସର୍ବ ଧର୍ମ ଭକ୍ତ ଜନେ 

         ଅଟେ ଆପଣାର

ଭକ୍ତ ଜନେ ମନ ଯାଏ

         ପୁଲକରେ ଭରି

ଜଗନ୍ନାଥ ଜଗନ୍ନାଥ 

          ପଡୁଛିରେ ହୁରି।


ଭକତ ଜୀବନ ଧନ 

          ଭକତଙ୍କ ମଣି

ନନ୍ଦିଘୋଷ ଅଟକାଅ

          ଭକ୍ତ ମନ ଜାଣି

ଛୁଆଁ ଅଛୁଆଁର ଭେଦ 

           ନାହିଁ ତୋ ଦାଣ୍ଡରେ

ଟାଣି ଆଣୁଥାଅ ପ୍ରଭୁ 

           ସେ ଚକା ଆଖିରେ

ଭକତଙ୍କ ପାଇଁ କାନ୍ଦେ 

           ଅନ୍ତର ତୁମରି

ଜଗନ୍ନାଥ ଜଗନ୍ନାଥ 

          ପଡୁଛିରେ ହୁରି।


ତୁମରି ଇଚ୍ଛାରେ ଚାଲେ 

           ଏ ସାରା ଜଗତ

ସେଥିପାଇଁ ତୁମ ନାମ 

           ଅଟେ ଜଗନ୍ନାଥ

ଭକ୍ତ ପାଇଁ ଭଗବାନ 

           ଏ ଳୀଳା ତୁମରି

ଖୋଲାରେ ଦର୍ଶନ ଦିଅ 

            ହେ ବିଶ୍ଵ ବିହାରୀ

ସଂସାର ମଙ୍ଗଳ ପାଇଁ 

            କରୁଛି ଗୁହାରି

ଜଗନ୍ନାଥ ଜଗନ୍ନାଥ 

          ପଡୁଛିରେ ହୁ


Rate this content
Log in

Similar oriya poem from Abstract