STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଜଗବନ୍ଧୁ

ଜଗବନ୍ଧୁ

1 min
241

ଜଗବନ୍ଧୁ ତୁମେ ଜଗତ-ନାଥ

ଏ କଳି ଯୁଗରେ ଶ୍ରୀଜଗନ୍ନାଥ

ଭକତ ର ବନ୍ଧୁ ଦୀନବାନ୍ଧବ

ନୀଳାଚଳ ଧାମେ ଲଗାଇ ଭାବ

ରତ୍ନ ସିଂହାସନେ ହୋଇଛ ଉଭା

ଖୁସି ଲାଗେ ଦେଖି ଅପୂର୍ବ ଶୋଭା

ଖୁସୀ ଲାଗେ ଗଲେ ଶ୍ରୀମନ୍ଦିର

ତନ ମନ ହୁଏ ଖୁସି

ଦରଶନ କଲେ ସେଇ ଶ୍ରୀମୁଖ 

ହୃଦୟ ହୁଏ ବି ଖୁସୀ

ବାଇଶି ପାହାଚେ ପାଦ ପକାଇଲେ

ପାଦ କୁ ଲାଗଇ ଖୁସି

ରତ୍ନ ସିଂହାସନେ ଦର୍ଶନ କରିଲେ

ଆଖି ହୁଏ ଭାରି ଖୁସୀ

ଆନନ୍ଦ ବଜାରେ ଅଭଡ଼ା ଖାଇଲେ

ପାଟି ଜିହ୍ୱା ହୁଏ ଖୁସୀ

ମନ୍ଦିର ବେଢ଼ାରେ ମୁକ୍ତି ମଣ୍ଡପରେ

ମୁଣ୍ଡିଆ ମାରିଲେ ଖୁସି

ପାର୍ଶ୍ଵ ଦେବ ଦେବୀଙ୍କୁ ହାତ ଟେକି ଦେଲେ

ହାତକୁ ଲାଗଇ ଖୁସୀ

ଖୁସୀ ର ଶ୍ରୀକ୍ଷେତ୍ର ଖୁସି ର ମନ୍ଦିର

ଦେହ ମନ ପ୍ରାଣ ଖୁସୀ

ଚରଣେ ଶରଣ ଆହେ ଲକ୍ଷ୍ମୀକାନ୍ତ

ଖୁସୀ ଭାବ ରହି ଥାଉ

ଖୁସୀ ଦିଅ ପ୍ରଭୁ ସବୁରି ମନରେ

ଏ ଜଗତ ବି ଖୁସି ହେଉ

ତୁମେ କୃପାସିନ୍ଧୁ ,ତୁମେ ହିଁ ଓଁକାର ବିନ୍ଦୁ 

ପାରି କର ପ୍ରଭୁ ଏ ଭବ ସାଗର ସିନ୍ଧୁ

ଜଗବନ୍ଧୁ କୃପାସିନ୍ଧୁ ତୁମେ ମୋ ଗୋସାଇଁ

ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ ।


Rate this content
Log in

Similar oriya poem from Abstract