STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ଜଗା ମୋତେ ପୁଣି ଖୋଜୁଛି

ଜଗା ମୋତେ ପୁଣି ଖୋଜୁଛି

1 min
227


ପିଲାଦିନ ମନେପଡୁଛି 

ଛୋଟପିଲା ଥିଲି ତୋତେ ପାଇଥିଲି

ଗଛରେ ପତ୍ରରେ କଲମ ଖଡ଼ିରେ 

ଘର କାନ୍ଥରେ କାଠ କବାଟରେ

ତୋତେ ଲେଖୁଥିଲି ତୋତେ ଆଙ୍କୁଥିଲି

ସେ କଥା ଗୁଡିକ ନୟନେ ନାଚୁଛି

ଆଜି ଜଗା ମୋତେ ପୁଣି ଖୋଜୁଛି

ଆଜି ତା' ଭାବରେ ଭିଜିଛି

ଆଜି ତା' ଭକ୍ତିରେ ମଜ୍ଜିଛି

ମୋର ପିଲାଦିନ ମନେପଡୁଛି

ମୋତେ ସତେ କାହିଁକି ଏମିତି ଲାଗୁଛି

ଜଗା ମୋତେ ପୁଣି ଖୋଜୁଛି ।


ଗୋବରେ ତିଆରି ପ୍ରତିମା ତୋହରି

କାଠରେ ତିଆରି ଥାକ ଟେ ମୋ'ରି

ମୋର କୁନୀ ଠାକୁରଙ୍କୁ ରଖୁଥିଲି

ପ୍ରତି ପ୍ରାତଃକାଳ ସନ୍ଧ୍ଯା ପୂଜୁଥିଲି

ତା'ର ଚକା ଚକା ଆଖି ଯୋଡିକ

ତାର ଅପୂର୍ବ ସୁନ୍ଦର ନାଲି ଅଧର

କେବେ ଆନନ୍ଦେ କେବେ ଭୟେ

ମୁଁ ଜାବୁଡ଼ି ଧରିକି କାନ୍ଦୁଥିଲି 

ଆଜି ସବୁ ଚିତ୍ର ମୋତେ ଦିଶୁଛି

ମୋର ପିଲାଦିନ ମନେପଡୁଛି

ମୋତେ ଲାଗୁଛି ସତରେ ଏମିତି

ଜଗା ମୋତେ ପୁଣି ଖୋଜୁଛି ।


ତା'ର କଳାମୁଖକୁ ମୁଁ ସେତେବେଳେ

ଆକାଶେ ମାଟିରେ ଜଳରେ ସ୍ଥଳରେ

କେତେଥର ଦେଖିଛି ତାକୁ ପାଇଛି

ତାକୁ ଦେଖି ଖୁସି ବିଭୋର ହୋଇଛି

ଜଗନ୍ନାଥ ମୋର ଅତି ପ୍ରିୟ

ଧଳା ଟଗରେ ତାକୁ ସଜାଇଛି

ତାର ଆଲିଙ୍ଗନେ ସୁଖ ଲଭିଛି

ଜଗନ୍ନାଥ ମୋର କେହି ଛୁଇଁବେନି

ଏମିତି କେତେଥର ସେବେ କହିଛି

ସେ ଭାବ ଅନୁଭବ ଆଜି ଫେରିଛି

ଆଜି ଅଦ୍ଭୁତ ଅପୂର୍ବ ମୋତେ ଲାଗୁଛି

ସତେ କି ସେ ମୋତେ ଡ଼ାକୁଛି

ଅବା ମୁଁ ଜଗାକୁ ପାଇ ଯାଇଛି

କାହିଁକି କେଜାଣି ମନ ବାରବାର କହୁଛି

ଜଗା ମୋତେ ପୁଣି ଖୋଜୁଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract