STORYMIRROR

Sadananda Sahoo

Abstract

2  

Sadananda Sahoo

Abstract

ଜେଜଙ୍କ ଲେଖନୀରେ କୋଣାର୍କ

ଜେଜଙ୍କ ଲେଖନୀରେ କୋଣାର୍କ

1 min
315

ପୂରୁବ ଗୌରବ ଅର୍କ କୋଣାରକ

    ବିଶ୍ୱକର୍ମା ଙ୍କର କିର୍ତ୍ତୀ

ଓଡ଼ିଆ  ଜାତିର ସ୍ମୃତିର ପ୍ରତୀକ

.  ବିଶ୍ୱ ରେ ଅର୍ଜିଛି ଖ୍ୟାତି


 ଶିଳ୍ପୀ ମହରଣା ନ ନେଇ ପାଉଣା

     ଖଟି ଥିଲା ଦିନ ରାତି

ରାଜାଙ୍କଆଦେଶ ଥିଲା ଶିରୋଧାର୍ଯ୍ୟ 

   ପାଳନରେ ଥିଲା ପ୍ରୀତି


କୋଣାର୍କର ଗାଥା କହୁଛି ସହସା

   ଜାଣିନି ମୁଁବେଶି କଥା  

ସ୍ମୃତି ଛବି ଦେଖି ଲେଖିଚି ମୁଁ କିଛି

   ଐତିହ୍ୟ କୀର୍ତ୍ତି ବାର୍ତ୍ତା


 ସୁରମ୍ୟ କହାଣୀ ମନନିଏ ମୋହି

   ଶିଳ୍ପୀଗୁରୁ ଚେତନାରେ

ବାରଶହ ବଢେଇ ମନପ୍ରାଣ ଢାଳି 

    ପଡ଼ିଥିଲେ ସଙ୍କଟରେ


ଏବିଶ୍ୱ ବ୍ରହ୍ମାଣ୍ଡେ କୋଣାର୍କ ସର୍ବାଗ୍ରେ

    ସୌନ୍ଦର୍ଯ୍ୟର କେଂଦ୍ରବିନ୍ଦୁ

ନିଖୁଣ ବିନ୍ଧାଣୀ  ମୃତ୍ୟୁ ସହଯୁଝି

     ଗଢିଛି ଏ'ନେତ୍ରବିନ୍ଦୁ


ବିଶୁମହରଣା  ହୋଇ ବାଟବଣା

     ସଙ୍କଟରେ ପଡିଥିଲା

 ଗୃହ ତ୍ୟାଗକରି .ବହୁଦିନ ଧରି

    ନିର୍ମାଣରେ ଲାଗିଥିଲା


 ମୁଖ୍ୟଶିଳ୍ପୀ ଭାବେବିନ୍ଧାଣୀ ଗହଳେ

   ସବୁଭାର ଥିଲାନ୍ୟସ୍ତ

କାରୁକାର୍ଯ୍ୟ ମୟ  ସୁରମ୍ୟ ମନ୍ଦିର

     କରିଥିଲା ଉପହାସ


ଦଧିନୌତି ତୃଟି ରହିଲା କେଉଁଠି

    ରାଜାଦେବେ ମଥାକାଟି

ଚିନ୍ତା ମଗ୍ନବେଳେ ବିଶୁ ଯେ ସୁମରେ

    ଏଜୀବନ ରହିବଟି


ବାରବର୍ଷ ହେଲା  ବୁଡିଲାଣି ଭେଳା

   ଦେଖିନେରେ ଆମେ ପିଲା

ପୁଅ ମୋ ଧରମା ଜନମିଛି ପରା

   ମୋଭାଗ୍ୟର ଏବିଡମ୍ବନା


ଧର୍ମର ଧରମା  ଶିଳ୍ପୀଗୁରୁ କ୍ଷମା

   ସାହାହେବ  ଜାତିପାଇଁ 

 ହସିବ ମନ୍ଦିର ରାଜ ଦରବାର

     ଜଗତେ ପଡିବ ହୁରି 


ଧର୍ମାତ୍ମା କଲା କାର୍ଯ୍ୟସମାପନ

   ସମୁଦ୍ରରେ   ଝାସ ଦେଇ , 

ବାରଶହ ଶିଳ୍ପୀ ରହନ୍ତୁ ସୁଖରେ

  ମୋର କିଛି ଲୋଡା ନାଇଁ

 

ପିତାମୋର ଫେରୁ ଭଙ୍ଗାକୁଡିଆକୁ

   ମାଆ ମୋର ଦଉହସି 

ଏଇମୋର ଆଶା ଏଇ ମନଭାଷା 

    ମଉଳି ନଯାଉ ଖୁସୀ 


କୋଣାର୍କ ସ୍ୱାକ୍ଷର ମୋସ୍ମୃତିର ମନ୍ଦିର

    ମର୍ମପଦ ଧର୍ମପଦ 

ଏହାର ବିକଳ୍ପ   କଳ୍ପନାତୀତ 

   ବିଶ୍ୱବାସୀ  ଆଚମ୍ବିତ

ଜେଜ ଙ୍କ ଲେଖନୀ ସ୍ଵପ୍ନ ବିଭାବରୀ

କୋଣାର୍କ ସନ୍ଦର୍ଭ ଗୀତା ,

ଯେତେ ପଢିଲେବି ମନ ବୁଝେ ନାଇଁ

ଅଳି କରେ ମଧୁ ଶ୍ରୋତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract