Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3.7  

Sadananda Sahoo

Inspirational

ଜାତିର ପିତା ମହାତ୍ମା

ଜାତିର ପିତା ମହାତ୍ମା

1 min
320



ଭାରତ ମାତାର ସୁଯୋଗ୍ୟ ସନ୍ତାନ 

   ମୋହନ କରମ ଚାନ୍ଦ , 

ମହାତ୍ମା ନାମରେ ପରିଚିତ ବାରେ 

    ଜୀବନେ ନଥିଲା ଛନ୍ଦ ॥ 


ତଵ ଜନ୍ମୋତ୍ସବ ପାଳୁଛି ଏ' ବିଶ୍ୱ 

    ଆହେ ଯୁଗସ୍ରଷ୍ଟା ଗାନ୍ଧୀ , 

ସବୁରି ନୟନେ ତଵ ଛବି ଭାସେ 

    ମହା ସଂଗ୍ରାମର ସାଥୀ ॥  

     

ସତ୍ୟର ପୂଜାରୀ ଅହିଂସା ଆଚରୀ 

    ସ୍ଵାଧୀନତା କଲ ପ୍ରାପ୍ତ , 

ଅହାକି ଆଶ୍ଚର୍ଯ୍ୟ ଲାଗୁଛି ବିସ୍ମୟ 

    ହିଂସ୍ର ହେଲା କରାୟତ  ॥ 


ଜାତି ଧର୍ମ ବର୍ଣ୍ଣ ନୁହେଁ ଅସମାନ 

     ଯୁଗବାର୍ତ୍ତା ତଵ ସତ୍ୟ , 

ଧର୍ମ ନିରପେକ୍ଷ ପବିତ୍ର ଭାରତ 

      ଅନୁଧାବନର ମିତ୍ର ॥ 

  

ଅନ୍ଧାରୀ ମୁଲକେ ଆଜିବି ସଙ୍କଟେ 

     ଉପେକ୍ଷିତ ଜନଗଣ , 

ଅସ୍ପୃଶ୍ୟତା କଥା ହୁଏ ନିତି ଚର୍ଚ୍ଚା , 

    ତୁମେ ନାହଁ ବୋଲି ଜାଣ ॥ 


ସ୍ମୃତି ଆକାଶରେ ସବୁରି ମନରେ 

     ମହାତ୍ମା ଚିତ୍ରିତ ଛବି , 

ଅବିନଶ୍ଵରତା ଲଭିଚ ହେ' ଆତ୍ମା 

     ସର୍ବଜନ  ଅନୁଭବି ॥ 


ହେ' ପ୍ରତିଭାବନ୍ତ ନୈତିକ ପୁରୁଷ 

      ତଵ ଶ୍ରମ ଉଦ୍ଭାସିତ , 

ସ୍ଵାଧୀନ ଏ' ମାଟି ଭାରତବର୍ଷଟି

     ତୁମ୍ଭରି ବୈଦାନ୍ଯ ସତ ॥ 


ଦେଢଶହ ବର୍ଷ ଜନମ ଦିବସ 

    ପାଳୁଛି ମାଆ ଭାରତୀ , 

କୁହ ଆହେ ଗାନ୍ଧୀ କେତେ ତୁମେ ଶାନ୍ତି 

     ଉଚ୍ଛୁଳି ପଡୁଛି ପ୍ରୀତି ॥ 


ତଵ କଳ୍ପନାର ନାହିଁ ରାମ ରାଜ୍ୟ 

    ନିତି ବଢେ ବ୍ୟଭିଚାର , 

ନାରୀ ଦେହ ଲୋଭି ରାକ୍ଷସ ପାଲଟିଛି 

     ଏଇତ ବଡ଼ ଖବର ॥ 


ଜାତିର ଜନକ  ମହାକଲ୍ୟାଣକ

    ସତ୍ୟାଗ୍ରହୀ ପ୍ରାଣ ବନ୍ଧୁ , 

 ଝୁରୁଛି ଏ'ବିଶ୍ୱ ହେ' ମହା ମୁନୀବ 

     ସ୍ୱଦେଶୀ ବିପ୍ଳବୀ ସିନ୍ଧୁ ॥  



Rate this content
Log in

Similar oriya poem from Inspirational