Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଜାତିର ଜନକ ଗାନ୍ଧୀ (ବାପୁ)

ଜାତିର ଜନକ ଗାନ୍ଧୀ (ବାପୁ)

1 min
169



ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୟାଧୀନତାର ସ୍ୱାଦ 

ଚାଖିବା ଅବାନ୍ତର ମନେ ହେଉଥିଲା 

ତମେ ପରା ଶିଖେଇଲ ଧୈର୍ଯ୍ୟ, ସାହସ ଓ 

ଶକ୍ତି ବଳ, ଫଳରେ ସ୍ୟାଧୀନତା ହେଲା ।


ଧର୍ମ ଜାତି ସମ୍ପ୍ରଦାୟ ନାମରେ ବିଭେଦ ବିରୁଦ୍ଧରେ

ମଣିଷ ସମାଜର ଏକତା ପାଇଁ 

କେତେ ବୀର ଯେ କଷଣ ଭୋଗ କରିଥିଲେ ବନ୍ଧୁକ 

ଗୁଳିରେ ଜୀବନ ସବୁକୁ ଦେଇ ।


ଆଜି ଦୁଇ ଅକ୍ଟୋବର, ଆମେ ସମସ୍ତେ ଗାନ୍ଧୀ 

ଜୟନ୍ତୀ ପାଳନ କରୁଛେ

ବରଷ ବରଷ ଧରି ପାଳନ କରି ଆମେ ସବୁ 

ଭାରତୀୟ କୁହ କଅଣ ଶିଖିଛେ ।


ନାରୀର ଇଜ୍ଜତରେ ଲାଗିଛି କଳଙ୍କର ଦାଗ, 

ସେଇ ଘୃଣ୍ୟ ଚିନ୍ତାତ ଲିଭୁନି

ଏବେ ଶାସନ କଳରେ ଅଛନ୍ତି ଯେତେକ 

ପୁଂଜିପତି ପାଇଁ ଚିନ୍ତା ଛାଡିନି ।


ସାଧାରଣ ଜନତା ରୋଜଗାର ଶୂନ୍ୟ ଯୁଟାଇ 

ତ ପାରେନା ପଖାଳ ଓ ରୁଟି

ରଖିଲେ ଖବର, ପାଉଛେ ଭୋକର ଦାଉରେ 

ଡହଳ ବିକଳ ଆଜି ତାର ଅନ୍ତପୁଟି ।


ପ୍ରସାଦ ପରେ ପ୍ରସାଦ ତିଆରି ଚାଲେ ଦେଖ 

କିଛି ହାତଗଣା ବଡ ଲୋକର

ରହିବାକୁ ନାହିଁ ଉପଯୁକ୍ତ ଘର ଅଧିକାଂଶ 

ଭାରତୀୟ ଗରିବ ଜନତାର ।


ଅଦେଖା ଟିକସ ଦେଇ ଦେଇ ହଂସା ଉଡିଲାଣି 

ଏଠି ଦେଖ ମଧ୍ୟବିତ୍ତ ମଣିଷର

ଅଭ୍ୟାସ କଲେଣି ଏ ଦେଶର ଜନତା ମାଗିଖିଆ

ଲୋକର ବ୍ୟବହାର ।


ଅଭ୍ୟାସ କଲେଣି ଏ ଦେଶର ଜନତା ନେତାର

ଚାଟୁକାର ହେବା ପାଇଁ

ଅଭ୍ୟାସ କଲେଣି ଏ ଦେଶର ଲୋକେ ଏବେ 

ଚେଇଁ ଶୋଇବା ପାଇଁ ।


ଗାନ୍ଧି ନୀତି ଦୁର୍ବଳ ତ ନୂହେଁ, ଭାବୁଛକି ଏବେ

ଭୁଲି ଗଲେଣିକି ସତ୍ୟର ମନ୍ତ୍ର

ହେ, ଅତ୍ୟାଚାରୀ ଅନ୍ୟାୟୀ ମଣିଷ ଦେଇ ଚାଲି

ଥିବ ମିଛ ବିକାଶର ମନ୍ତ୍ର  ।


ଖାଲି ମିଛ ପ୍ରତିଶ୍ରୁତିରେ ଓ ଧରମର ଦ୍ୱାହି ଦେଇ

ଶୋଷି ନେବ ଆମର ଧନ

ଚାପି ଦେବ ତୁମେ ବିଦ୍ରୋହର ଧ୍ବନି ଅବହେଳିତର

ରୋଷ ଓ କ୍ରନ୍ଦନ ।


ମନୋବଳ, ଦୃଢ଼ ଇଚ୍ଛାଶକ୍ତି, ଜାଗ୍ରତ ହୋଇଲେ

କ୍ଷଣିକ ନିରାଶା ତ ହେବ ଦୂର

ବଦଳି ଯିବ ସବୁ ସମୟ ସୁଅରେ, ସବୁ ତ ହଜି

ଯିବ କାଳର ଗର୍ଭ ଭିତର ।



Rate this content
Log in

Similar oriya poem from Action