STORYMIRROR

Tapan Dixit

Abstract Others Inspirational

3  

Tapan Dixit

Abstract Others Inspirational

ଜାଣେନା କାହିଁକି ଆଜି

ଜାଣେନା କାହିଁକି ଆଜି

1 min
26.5K


ଦୂର ଦିଗ୍ ବଳୟେ ଦେଖ

ଏକାକାର ଅବନୀ ମେଦିନୀ

ବିପରୀତ ଭାଗ୍ୟନେଇ ବିତଇ ରଜନୀ

ମୃତ୍ୟୁ ଦେହେ ଲେଖେ ବସି ସଞ୍ଜିବନୀ ମନ୍ତ୍ର

ବାସନାର ମାନସୀଟା ବିଭତ୍ସ ନିର୍ବସ୍ତ୍ର,

ଶକୁନି ବାହୁନେ ବସି ଶବ ଦେହ ପାଶେ

କାଳର କରାଳ ରୂପ ସ୍ମିତହାସ୍ୟ ହସେ,

ଓଁକାର ଦେହରେ ଜରା ଅଜଗର ସାଜେ

ପ୍ରଣବ ଧ୍ୱନୀଟା ଏଠି ରାମନାମ ଭଜେ ,

ମନର ସାନ୍ଦ୍ରତା ଛୁଇଁ ସ୍ବପ୍ନ ଝରିଯାଏ

ଜାଣେନା କାହିଁକି ଆଜି………….

ହ୍ରୁଦୟଟା ବାରମ୍ବାର ତୁମ ନାମ କୁହେ ||

ତପନ ଦୀକ୍ଷିତ (ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract