STORYMIRROR

Anam Charan Sahoo

Romance

3  

Anam Charan Sahoo

Romance

ଜାଣେ ସିନା ଏକା ସେହି

ଜାଣେ ସିନା ଏକା ସେହି

1 min
235

ହୃଦୟ ଯେଦିନ ଟାଣିନେଲା ମନ

ଜାଣିଲି ହୋଇଲା ପ୍ରେମ

ଦେହରୁ ମୋହର ବହି ଘର୍ମ ଝର

ଜପିଲା ଆଉ କା' ନାମ।


ଦେଖିଲି ସପନ ତା ଶଶୀ ବଦନ

ରହିଛି ମୋ ଆଡ଼େ ଚାହିଁ

ତା'ର ଚାରୁ ବେଶ ହୋଇଛି ପ୍ରକାଶ

ଆନ କିଛି ଦିଶୁ ନାହିଁ।


ତା ମୁଖ ନିଃସୃତ ବାଣୀର ନିର୍ଝର

ଶୀତଳ କଲା ମୋ ମନ

ତା ବାଙ୍କ ଚାହାଣୀ ଲେଖିଲା କାହାଣୀ

ଭୁଲିଗଲି ରାତି ଦିନ।


ଜଳରେ, ସ୍ଥଳରେ ବହିରେ, ଖାତାରେ

ସର୍ବତ୍ର ତା ପ୍ରତିଛବି

ହୃଦ ସିଂହାସନେ ବସିଲା ମଉନେ

ଦିନ ଗଲା ଭାବିଭାବି।


ତା ଅଧର ହସ ସତେ ମଧୁ ରସ

ମନରେ ପୀରତି ବନ୍ୟା

କେତେକାଳ ବସି ବିଧାତା ଗଢିଛି

ସତେକି କାଉଁରୀ କନ୍ୟା।


ମନେମନେ ମୁହିଁ କେତେ ଯେ ହସିଲି

ନ ଦିଶିଲା ପରିପାର୍ଶ୍ବ

ପାଗଳ ପରାୟ ମନ ହେଲା ହାୟ

ଭୁଲିଲି ନିଜ ଆଦର୍ଶ।


ଦୁଃଖ ହେଲା ସୁଖ ସୁଖ ହେଲା ଦୁଃଖ

ବିଚିତ୍ର ବିଧାନ ଏହି

ପ୍ରେମ ଯେ କରିଛି ନିଜକୁ ହାରିଛି

ଜାଣେ ସିନା ଏକା ସେହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance