ଜାହ୍ନବୀ
ଜାହ୍ନବୀ
ସୂର୍ଯ୍ୟ ବଂଶର ସେ ସଗର ରାଜାଙ୍କ
ଷାଠିଏ ସହସ୍ର ପୁତ୍ର
ଅତ୍ୟନ୍ତ କ୍ଷୁଧାର୍ଥ ହେଇ ଖାଇ ସବୁ
ହେଉଥିଲେ ମହା ଧ୍ରୁତ ।
ତାଙ୍କ ଆଚରଣେ ଅଧିଷ୍ଠ ହେଇଣ
ଇନ୍ଦ୍ର କୋପ ଆଚରିଲେ
ସଗର ରାଜାଙ୍କ ଯଜ୍ଞ ଅଶ୍ବକୁ ସେ
କପଟେ ଚୋରାଇ ନେଲେ ।
କପିଳ ମୁନିଙ୍କ ଆଶ୍ରମରେ ରଖି
ସ୍ବର୍ଗ ପୁରେ ଚାଲି ଗଲେ
ଯଜ୍ଞ ଅଶ୍ବ ଖୋଜି ସଗରଙ୍କ ପୁତ୍ରେ
ଆଶ୍ରମରେ ପହଞ୍ଚିଲେ ।
ଭଙ୍ଗା ରୁଜା କରି ଭର୍ସନା କରିଲେ
ମୁନି କୋପେ ଜର୍ଜରିତ
ଅଭିଶାପ ଦେଲେ ଜଳି ଯାଅ ତୁମେ
ଏଇକ୍ଷଣି ମୋ ଅଗ୍ରତ ।
କପିଳ ମୁନିଙ୍କ ଅଭିଶାପ ପାଇ
ରାଜ ପୁତ୍ରେ ଜଳି ଗଲେ
ସେଇ ବଂଶରେ ଯେ ଭଗୀରଥ ପୁଣି
ମାତା କୋଳେ ଜନମିଲେ ।
ଦିନେ ଭଗୀରଥ ମୃଗୟାକୁ ଯାଇ
ଜାଣିଲେ ସକଳ କଥା
କେମିତି ମୁକତି ଦେବେ ସେ ତାହାଙ୍କୁ
ଘୂରିଗଲା ତାଙ୍କ ମଥା ।
କପିଳ ମୁନି ଯେ ଉପଦେଶ ଦେଲେ
ଭଗିରଥ ଖୁସି ହେଲେ
ଗଙ୍ଗାକୁ ମର୍ତ୍ତ୍ୟକୁ ଆଣିବାର ପାଇଁ
ଘୋର ତପ ଆଚରିଲେ ।
ତପସ୍ୟା କରିଲେ ବ୍ରହ୍ମ ଦେବଙ୍କୁ ସେ
ଗଙ୍ଗାଙ୍କୁ ଆଣିବା ପାଇଁ
ବ୍ରହ୍ମା ଯେ କହିଲେ ବିଷ୍ଣୁଙ୍କ ନଖରେ
ଗଙ୍ଗା ଯାଇଛନ୍ତି ରହି ।
ବିଷ୍ଣୁଙ୍କୁ ତପସ୍ୟା କରିଲେ ବହୁତ
ବିଷ୍ଣୁ ଆସି ଦେଖା ଦେଲେ
ଗଙ୍ଗା ମୋ ପାଖରୁ ଯାଇ ହିମାଳୟେ
ରହିଛନ୍ତି ଏବେ ଭଲେ ।
ହିମାଳୟକୁ ଯେ ତପସ୍ୟା କରିଲେ
ଭଗୀରଥ ତୋଷ ହେଇ
ହିମାଳୟ କହେ ଗଙ୍ଗା ଦେବୀଙ୍କୁ ଯେ
ତପସ୍ୟା କର ତ ଯାଇ ।
ଗଙ୍ଗାମାତାଙ୍କୁ ସେ ତପସ୍ୟା କରିଲେ
ଭକ୍ତିରେ ସନ୍ତୁଷ୍ଟ ହେଲେ
ଗିରି ଭିତରେ ମୁଁ ପ୍ରବାହିତ ଅଛି
କେମିତି ଆସିବି ଭଲେ ।
ଐରାବତ ହସ୍ତୀ ତପସ୍ୟା କରିଣ
ତାହାଙ୍କୁ ସନ୍ତୁଷ୍ଟ କର
ଦନ୍ତାଘାତ ସିଏ ପ୍ରହାର କରିଲେ
ସେଠୁ ହୋଇବି ବାହାର ।
ଐରାବତ ହସ୍ତୀ ତପସ୍ୟା କରିଲେ
&
nbsp; ସନ୍ତୋଷ ସିଏ ହୋଇଲା
ଗିରି କ୍ରୁଟରରେ ଦନ୍ତାଘାତ କଲେ
ଏକ ଦନ୍ତ ରହିଗଲା ।
ବାହାର ହୋଇଲେ ପତିତପାବନି
ଗଙ୍ଗା ଘୋର ଶଦ୍ଦ କରି
ଦେବ ଦେବ ମହାଦେବ ତ୍ରିଲୋଚନ
ଦେଲେ ଜଟାକୁ ପ୍ରସାରି ।
ଭଗୀରଥ ଆଗେ ଆଗେ ଚାଲୁ ଥିଲେ
ପଛେ ଗଙ୍ଗା ଯାଉ ଥିଲେ
ଅଗସ୍ତୀ ଋଷିଙ୍କ ଆଶ୍ରମ ଭସାନ୍ତେ
ରାଗି ଚଳୁ କରି ଦେଲେ ।
ଗଙ୍ଗା ଶୁଷ୍କ ହେବା ଦେଖି ଭଗୀରଥ
ମୁନି ପାଦେ ପଡି ଗଲେ
କ୍ଷମାକୁ ମାଗିଲେ ବିନତୀ କରିଲେ
ଗଙ୍ଗାଙ୍କୁ ଦିଅ ବୋଇଲେ ।
ଗଙ୍ଗାର ଜଳରେ ଉଦ୍ଧାର ହୋଇବେ
ଜଳୁଥିବା ବଂଶ ଧର
କପିଳ ମୁନିଙ୍କ ଆଜ୍ଞାରେ ତପସ୍ୟେ
ଗଙ୍ଗା ଆଣେ ମର୍ତ୍ତ୍ୟପୁର ।
ଶୁଣିଣ ଅଗସ୍ତୀ ଚିନ୍ତିତ ହୋଇଲେ
ଗଙ୍ଗାଙ୍କୁ ମୁଁ ଶୋଷି ନେଲି
କେମିତି ଉଦ୍ଧାର ହେବେ ରାଜପୁତ୍ର
ବଡ ଦ୍ବନ୍ଦରେ ପଡିଲି ।
ପାଟି ବାଟେ ଯଦି ବାହାର କରିବି
ଗଙ୍ଗା ହୋଇବେ ଉଚିଷ୍ଟ
କୌଣସି ପୂଜାରେ ନା ସେ ଲାଗିବେ
ଧର୍ମ ହେଇଯିବ ନଷ୍ଟ ।
ଏତେ ବୋଲି ଚିନ୍ତା କରି ମହାମୁନି
ଜାନୁକୁ ସେ ଚିରି ଦେଲେ
ଜାନୁ ବାଟେ ପତିତପାବନି ଗଙ୍ଗା
ମାତା ବାହାର ହୋଇଲେ ।
ଅଗସ୍ତୀ ମୁନିଙ୍କ ଜାନୁରୁ ବାହାର
ହେବାରୁ ନାମ ଜାହ୍ନବୀ
ତାଙ୍କରି ଜଳରେ ପୂଜା ଯେ ପାଇଲେ
ମର୍ତ୍ତ୍ୟେ ସବୁ ଦେବା ଦେବୀ ।
ସାଗର ରାଜାଙ୍କ ଷାଠିଏ ସହସ୍ର
ପୁତ୍ର ମୁକ୍ତି ପାଇଗଲେ
ଭଗୀରଥ ଆଣିଥିବାରୁ ମରତେ
ଭାଗିରଥି ବୋଲାଇଲେ ।
ଏଇତ ଜାହ୍ନବୀ ଶାନ୍ତନୁ ରାଜାଙ୍କୁ
ବାଧ୍ୟେ ବିବାହ ହୋଇଲେ
ଗଙ୍ଗାଙ୍କ ଗର୍ଭରୁ ପିତାମହ ଭୀଷ୍ମ
ଜନ୍ମ ପୁଣି ହେଇଥିଲେ ।
ସିଏ ଗଙ୍ଗା ମାତା ସିଏ ଭାଗିରଥି
ସିଏ ପବିତ୍ର ଜାହ୍ନବୀ
ପାତକ ହାରିଣୀ ମୁକ୍ତି ପ୍ରଦାୟିନୀ
ପତିତପାବନି ଦେବୀ ।