STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଜାଗ୍ରତ କର ପୂର୍ବ ବୀରତ୍ୱ

ଜାଗ୍ରତ କର ପୂର୍ବ ବୀରତ୍ୱ

1 min
329


         ( ରାଗ:- ରାମକେରୀ )


ପୂର୍ବର ଗୌରବ ଜାଗ୍ରତ‌‌    

  

             ହୃଦରେ ତୋର କର


ଦେଶର ଶତ୍ରୁର ତାଣ୍ଡବ   


            ଦୂର ତୁ କର ବୀର !!


ଅତୀତ ସ୍ମୃତିର ସ୍ମରଣ     

  

              କର ତୁ ଖଣ୍ଡାୟତ 


ମାତୃଭୂମିର ସୁରକ୍ଷାରେ


              ହୁଅ ତୁ ଏକତ୍ରିତ!!

             


ମାତା ଡାକୁଅଛି ଆତୁରେ      


              ଶୁଣ ବଚନ ତା'ର 


ବୀରତ୍ୱଭରା ଇତିହାସ   


            ତୋର ଯହୁଁ ଅପାର !!


ଅନ୍ୟାୟ ବିରୁଦ୍ଧେ ଲଢ଼ିବା     

   

          କାର୍ଯ୍ୟ ପରା ତୋହରି


ଖଣ୍ଡାୟତ ଠିଆ ହୁଅହେ     


            ଜ୍ଞାନ ଖଣ୍ଡକୁ ଧରି !!


ଧରି ଧନୁର୍ବାଣ ଜ୍ଞାନର     


             କର ରାଷ୍ଟ୍ର ସୁରକ୍ଷା


ଆସିଛି କର୍ତ୍ତବ୍ୟ ସମୟ   

  

            କର ଶତ୍ରୁରୁ ରକ୍ଷା !!


ରାଷ୍ଟ୍ରହିତେକାର୍ଯ୍ୟ କର୍ତ୍ତବ୍ୟ


            କର ତାକୁ ଗ୍ରହଣ


ଜନତା କଲ୍ୟାଣ କରିଣ


            ରାଷ୍ଟ୍ର କର ନିର୍ମାଣ !!



Rate this content
Log in

Similar oriya poem from Abstract