ଜାଗରେ ଜାଗରେ ଭାରତ ବାସୀ
ଜାଗରେ ଜାଗରେ ଭାରତ ବାସୀ
ଜାଗରେ ଜାଗରେ ଭାରତ ବାସୀ
ଉଠରେ ଉଠରେ ବୀର ସାହସୀ
ଯୋଗ ଦେବା ଚାଲ ଯାଇ ହରସି
ଏ ଅମୃତ ମହୋତ୍ସବର ବେଳା ଆସିଛି ।୧
ଚାଲରେ ଚାଲରେ ଶପଥ ନେବା
ମାଟି ପାଇଁ ପ୍ରାଣ ଉତ୍ସର୍ଗି ଦେବା
ତା ଚରଣ ଧୂଳି ମଥାରେ ବୋଳି
ଶତ୍ରୁ ଦଳକୁ ଦମନ କରିବା,
ବହୁଦିନ ପରେ ଏ ସୁଯୋଗ ଆସିଛି
ଏ ଅମୃତ ମହୋତ୍ସବର ବେଳା ଆସିଛି । ୨
ନିରୀହ ଥିଲେରେ ଆମ ପୂର୍ବ ଶୂରୀ
କାହୁଁ ଆସି ବିଦେଶୀ ଥିଲେ ଘେରି
ଛିନ୍ନ ଭିନ୍ନ କରି ମାଟି ମାଆକୁ
ହୃଦୟ ତା ଦେଇଥିଲେ ବିଦାରୀ,
ଆଞ୍ଚଳରେ ତାର କଳଙ୍କ ଲଗାଇ
ହଜାଇ ଥିଲେରେ ମାଆର ଶିରୀ,
ବହୁଦିନ ପରେ ଏ ସୁଯୋଗ ଆସିଛି
ଏ ଅମୃତ ମହୋତ୍ସବର ବେଳା ଆସିଛି । ୩
ଚାଲରେ ଚାଲ ଆଗେଇ ଚାଲ
ବୀର ଦର୍ପରେ, ବୀର ଦମ୍ଭରେ
ଜାତିସ୍ମାର ପୁଣି ଉଠୁରେ ଜାଗି
ହାତେ ତୁମ ମୁକ୍ତି ମଶାଲ ଧରି
ବିଜୟର ପଥେ ଧ୍ୱଜା ଉଡ଼ାଇ
ବହୁଦିନ ପରେ ଏ ସୁଯୋଗ ଆସିଛି
ଏ ଅମୃତମହୋତ୍ସବର ବେଳା ଆସିଛି । ୪
