STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ଜାଗ ସାର୍ଦୁଳ

ଜାଗ ସାର୍ଦୁଳ

1 min
289

ଉଠିବାର ବେଳ ସରି ସରି ଆସେ

ଉଠରେ ସାର୍ଦୁଳ ଉଠ ରେ

କୁଢ଼ କୁଢ଼ ମଢ଼ ଦୁର୍ଗନ୍ଧ ଉଠେ

ପଚା ସଢ଼ା ମଢ଼ ଚାଟ ରେ


କେବେ ଥିଲା ବୋଲି ମା ମାୟା ନାହିଁ

ସାଜରେ ମହିଷା ବେଶ ରେ

ଅସୁର ସମାଜ ଲୁପ୍ତ ଗୁପ୍ତ କିମ୍ପା

ନାରୀ ନିର୍ବଳା ଏ ଦେଶ ରେ


କହଁଳ ଦେଖି ,ଲହୁ ନିଅ ଚାଟି

ମସ୍ତକ ଦିଅ କାଟି ରେ

ଜତ୍ଇଛା ଇଜ୍ଜତ ଲୁଟି କାଟିନିଅ

ଜଣକୁ ଜଣେ ବାଣ୍ଟି ରେ


ରାଜା ଏଠି କ୍ଳୀବ

ପ୍ରଜାଏ ନିସ୍ତେଜ

ନାହିଁ ବଳ, ହୀନ ବୀର୍ଯ୍ୟ ରେ

ଲହୁରେ କେବଳ

ନୀର ବହୁଅଛି

ଛାତିରେ ନାହିଁ ଯେ ଧୋର୍ଯ୍ୟ ରେ


ନିଜ କନ୍ୟା ବିକି

ପେଟ ଏ ପୋଶନ୍ତି

ସ୍ତିରୀଙ୍କୁ ନାହିଁ ଇଜ୍ଜତ ଯେ

ପୋଶାଖେଳେ ହାରି

ନିଜ ଅର୍ଦ୍ଧାଙ୍ଗିନୀ

ଆତ୍ମାକୁ ଦିଅନ୍ତି ପ୍ରୀତ ସେ


ମଦ୍ୟ ମାଂସ ଏଠି 

ବ୍ରାହ୍ମଣେ ଖା'ନ୍ତି

ଶୁଦ୍ର ପଢ଼ନ୍ତି ହେ ବେଦ ହେ

ନିଜ ନିଜକୁଳେ,

ବୈରି ଐରି,

ନାହିଁ ଜାତି ଗୋତ୍ର ଭେଦ ଯେ


ଦିବା ନିଦ୍ରା ଯାଇ

ରାତ୍ରି ଉଜାଗର

ଘରେ ଘରେ ଚୋର ଖଞ୍ଚ ରେ

ପର ସ୍ତ୍ରୀ ଲୋଭି

କାମପାପେ ଦବି

ଉଚ୍ଚ କୂଳେ ଜନ୍ମି ନୀଚ୍ଚ ରେ


ଉଠରେ ଓଠରେ 

ଲହୁ ପିଇ ଯାଅ

ନାହିଁରେ ଭୟର ଲୟ ରେ

ଉଠ ସାର୍ଦୁଳ, ଗୋଠ ବିଶାଳ

ହୁଙ୍କାରି ଦିଅ ଭୟ ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract