STORYMIRROR

Prabhanjana Tripathy

Tragedy

4  

Prabhanjana Tripathy

Tragedy

ଜ୍ୱାଳା

ଜ୍ୱାଳା

1 min
331


ନିଜେ ଜଳି ଗଲେ ଅଙ୍ଗାର ହୋଇବ

ଆଉକି ରହିବ ବାକି

ଅନ୍ୟକୁ ଆଲୋକ ନିଜକୁ ଅନ୍ଧାର

କେବଳ ହୋଇବ ସାକ୍ଷୀ ll


ଜଳିବ ଯଦି ଜ୍ୱାଳାକୁ ପରଖି

ଶୀତଳ ଭାବରେ ଜଳ

ନିଜ ପାଇଁ କିଛି କୀର୍ତ୍ତୀ କରିଲେ

ନାମ ଧରେ ମହୀତଳ ll


ଶତ୍ରୁ ହୁଏ ବନ୍ଧୁଦିଅଇ ଜୀବନ

ନୁହେଁ ସାଧାରଣ ମନ

ପର ପାଇଁ ଯିଏ ଜଳିବା ଜାଣିଛି

ତା ଜୀବନ ହୁଏ ମହାନ ll


ଜ୍ୱଳନ୍ତ ଯେବେ ରହେ ସାକ୍ଷ ହୋଇ

ଯୁଗ ଯୁଗ ରହେ କୀର୍ତ୍ତୀ

ମୃତ୍ୟୁ ପରେବି ସ୍ମୃତି ଟିଏ ଜଳେ

ସ୍ଥାପିତ ହୁଅଇ ମୂର୍ତ୍ତି ll


ଜାଗର ଜଳାଇ ଉଜ୍ବଳି ଧରା

ବୃଦ୍ଧି ହୁଏ କୀର୍ତ୍ତୀ କାନ୍ତି

ଶତ୍ରୁ ହୁଏ ବନ୍ଧୁଦିଅଇ ଜୀବନ

ମିଳଇ ଜୀବନେ ଶାନ୍ତି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy