ଜ୍ୱାଳା
ଜ୍ୱାଳା
ନିଜେ ଜଳି ଗଲେ ଅଙ୍ଗାର ହୋଇବ
ଆଉକି ରହିବ ବାକି
ଅନ୍ୟକୁ ଆଲୋକ ନିଜକୁ ଅନ୍ଧାର
କେବଳ ହୋଇବ ସାକ୍ଷୀ ll
ଜଳିବ ଯଦି ଜ୍ୱାଳାକୁ ପରଖି
ଶୀତଳ ଭାବରେ ଜଳ
ନିଜ ପାଇଁ କିଛି କୀର୍ତ୍ତୀ କରିଲେ
ନାମ ଧରେ ମହୀତଳ ll
ଶତ୍ରୁ ହୁଏ ବନ୍ଧୁଦିଅଇ ଜୀବନ
ନୁହେଁ ସାଧାରଣ ମନ
ପର ପାଇଁ ଯିଏ ଜଳିବା ଜାଣିଛି
ତା ଜୀବନ ହୁଏ ମହାନ ll
ଜ୍ୱଳନ୍ତ ଯେବେ ରହେ ସାକ୍ଷ ହୋଇ
ଯୁଗ ଯୁଗ ରହେ କୀର୍ତ୍ତୀ
ମୃତ୍ୟୁ ପରେବି ସ୍ମୃତି ଟିଏ ଜଳେ
ସ୍ଥାପିତ ହୁଅଇ ମୂର୍ତ୍ତି ll
ଜାଗର ଜଳାଇ ଉଜ୍ବଳି ଧରା
ବୃଦ୍ଧି ହୁଏ କୀର୍ତ୍ତୀ କାନ୍ତି
ଶତ୍ରୁ ହୁଏ ବନ୍ଧୁଦିଅଇ ଜୀବନ
ମିଳଇ ଜୀବନେ ଶାନ୍ତି ll
