STORYMIRROR

MADHU MITA

Tragedy

3  

MADHU MITA

Tragedy

ଇତି କଥା

ଇତି କଥା

1 min
29


ପ୍ରଥମ ନୂତନ ପାଖୁଡ଼ା ତୋର..

ବାତ୍ସଲ୍ୟ ରେ ମନ ଭରିଦେଇଥିଲା..

ଥିରି ଥିରି କରି ଧିରେ ଧିରେ ଉନ୍ମୁକ୍ତ...

ମୋ ମମତା ବନ୍ଧନ ହୋଇଯାଇଥିଲା..


କୋମଳ.. ସଦ୍ୟ.. ମସୃଣ..

ଆକର୍ଷଣୀୟ ତୋ ଅବୟବ..

ଅପତ୍ୟ ସ୍ନେହରେ ପରିପୂର୍ଣ୍ଣ..

ଯେପରି ନୂତନ ଶୈଶବ..


ପୂର୍ଣ୍ଣାଙ୍ଗ ହେଲୁ ତୁ...

 ମନ ପୁରେଇ ଦେଖିଥିଲି..

ତୋ ଚାରିପାଖେ ଉଡି ବୁଲି..

ନିଜକୁ ପୂର୍ଣ୍ଣ ମନେ କରିଥିଲି..


ନା..ଏ ଅସମୟ ଝଡ଼..

ଏ ସୈତାନି ପବନ ର ତାଣ୍ଡବ..

ଆତୁର.. କାତୁର.. ବିବ୍ରତ.. ମୁଁ..

ତୋ ରକ୍ଷା ଆଜି କିପରି ସମ୍ଭବ!!


ଛାଟି ଦେଲି ଡେଣା...

ଲଢ଼ିବାକୁ ତୋଫାନ ସାଙ୍ଗରେ..

ଲୁହ ପୋଛି.. ବାହାରି ଗଲି..

ସବୁ ଶକ୍ତି ସାଉଁଟି ମନରେ..


ସେଇଆ ହେଲା.. ଯାହା ହେବାର ଥିଲା..

ଝଡ଼ ପବନ ରୋକିବା କଣ ମୋ ପାଇଁ.. ସମ୍ଭବ ଥିଲା??

ଗୋଟି ଗୋଟି କରି ତୋ ପାଖୁଡ଼ା ଉଡି.. ଝଡି.. 

ଖିନ୍ ଭିନ୍ ହୋଇ ପଡ଼ିଗଲା ମାଟିରେ..

ତୋ ରକ୍ଷକ ଏ ପ୍ରଜାପତି ର ପତଳା ଡେଣା..

ଛିଡି.. ଉଡିଗଲା..କେଜାଣି.. କାହିଁ.. କେତେ ଦୂରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy