STORYMIRROR

Bijaya Panda

Abstract

2  

Bijaya Panda

Abstract

ଇର୍ଷା ହୁଏ ଯେବେ..

ଇର୍ଷା ହୁଏ ଯେବେ..

1 min
384

ଇର୍ଷା ହୁଏ ଯେବେ କେହିଜଣେ

ପ୍ରୀତିଭରା ଶବ୍ଦରେ ସଜେଇ ଲେଖିଯାଏ

ଏଇ ଆକାଶ ଜହ୍ନ ନଈ ଝରଣା ପାହାଡ

ଆଉ ମାଟି ମା'ର ମହକ କୁ ନେଇ କବିତାଟିଏ


ଇର୍ଷା ହୁଏ ଯେବେ କେହି ମାଟି ମା ଆଉ ଭାଷାକୁ

ପ୍ରାଣ ଭରି ଭଲପାଏ

ଏଥିପାଇଁ ଯେ ଏଇ ଦେଖାଣିଆ ଯୁଗରେ ଠୁସ ଠାସ

ଇଁରାଜୀ ନ କହି ଖାଣ୍ଟି ଓଡ଼ିଆ କହେ

ବାଃ ସତରେ ଧନ୍ୟ ତୁମ ଭାଷା ପ୍ରେମ


ଇର୍ଷା ହୁଏ ଯେବେ

କେହି ବଡ଼ ବଡ଼ ପଦବୀରେ ରାଜ୍ୟ ବାହାରେ ଥାଇବି

ଓଡ଼ିଆ ଭାଷା ସାହିତ୍ୟ ପାଇଁ ହୃଦୟରେ ମୁଠା ମୁଠା ପ୍ରେମ ଭରିଥାଏ

ଏଠି ତ ଗାଁ ରେ ବି ସୁରୁଜ ଉଇଁଲେ ଲୋକ ସୁପ୍ରଭାତ ନକହି

ଗୁଡ଼ ମର୍ନିଂ କହିଲେଣି,

ଶୁଭରାତ୍ରୀ ନ କହି ଗୁଡ଼ ନାଇଟ କହିଲେଣି


ଈର୍ଷା ହୁଏ ଯେବେ

ବିଦେଶରୁ ଫେରି ଗାଁରେ ସବୁଦିନ ରହିଯାଇଥିବା

ବାବୁଙ୍କ କ୍ଷେତବାଡ଼ି ପ୍ରେମକୁ ଦେଖି

ସ୍ୱଦେଶୀ ଜିନିଷର ଭାବ ଆଉ ଆଦର ଦେଖି


କେତେଦିନ ନିଜ ମାତୃଭାଷା ଏମିତି ଅବହେଳିତ ଥିବ

ନିଜ ପିଲାଙ୍କୁ ନିଜ ମାତୃଭାଷାରେ କଥା ହେବାକୁ କୁଣ୍ଠିତ ହେଉଥିବ


କେବେ ସେଦିନ ଆସିବ ଯେବେ ନିଜ ପିଲା ଇଁରାଜୀ ନୁହେଁ

ଓଡ଼ିଆ କହିପାରୁଛି ବୋଲି ଛାତି କୁଣ୍ଢେମୋଟ ହେବ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract