ଇନ୍ଦ୍ରିୟ ବଶ ହେଲେ ସର୍ବନାଶ
ଇନ୍ଦ୍ରିୟ ବଶ ହେଲେ ସର୍ବନାଶ
ଇନ୍ଦ୍ରିୟ ବଶ ଯେଉଁ ନର,
ପଡେ଼ ପାପରେ ସେହୁ ନର !
ଇନ୍ଦ୍ରିୟ ଯେଉଁ ନର ଜିଣେ,
ଈଶ୍ବର ଭକ୍ତି ଅନୁକ୍ଷଣେ !!
କର୍ମରେ ଚିନ୍ତା ରଖିଥାଏ,
ମନୁଷ୍ୟ କାର୍ଯ୍ୟ କରୁଥାଏ !
ମନୁଷ୍ୟେ ଅଛି ଦିବ୍ୟ ଜ୍ଞାନ,
ଆନନ୍ଦ ଦେଖି ଭଗବାନ !!
ସୁଜନ ଜନଙ୍କ ପୟର
ଭକ୍ତି ଟି ଥାଉ ଗୁରୁଙ୍କର !
କର୍ତ୍ତବ୍ୟ ପିତୃମାତୃ ସେବା,
ଇନ୍ଦ୍ରିୟ ବଶ ନୁହ ବାବା !!
ଗୁରୁ ବୈଷ୍ଣବ ସାଧୁ ଜନ,
ଆବର ସୁର ଦେବଗଣ !
ଭକ୍ତି ରଖିବୁ ନିରନ୍ତର,
କର୍ତ୍ତବ୍ୟ ତୋର ଜୀବନର !!
ଇନ୍ଦ୍ରିୟ ବଶ ହେଲେ ତୁହି,
କାହିଁ ପାରିବୁ କରି ଏହି !
ହୋଇବ ବିନାଶ ସମସ୍ତ,
ଥିଲେ ଇନ୍ଦ୍ରିୟ ବଶୀଭୂତ !!
ରଖିବୁ ଭକ୍ତି କାଳିଆଙ୍କୁ
ଭୋଜିବୁ ଦିନ ରାତି ତାଙ୍କୁ !
ଅନାଦି ଅନନ୍ତ ଈଶ୍ୱର
ନିତି କରିବୁ ନମସ୍କାର !!
ଚକାନୟନରେ ଦେଖନ୍ତି
ଅସୀମ ଶକ୍ତିକୁ ଦିଅନ୍ତି !
ଆସକ୍ତ ନୁହ ଇନ୍ଦିୟରେ
କର ତୁ କାର୍ଯ୍ୟ କର୍ତ୍ତବ୍ୟରେ !!
କରିବୁ ଜୀବନ ସାର୍ଥକ
ପାଇବୁ ଅମୂଲ୍ୟ ସନ୍ତକ !
ବୈକୁଣ୍ଠ ପୁରରେ ବସିବୁ
ବଶ ତୁ ଇନ୍ଦିୟ ଛାଡିବୁ !!
କରିବୁ ରାଷ୍ଟ୍ର ହିତେ କାର୍ଯ୍ୟ
ନିସ୍ବାର୍ଥ କାର୍ଯ୍ୟ ଅନିବାର୍ଯ୍ୟ !
ସ୍ମୃତି ରହିବ ଚିରଦିନ
ତ୍ୟାଗ ତୁ ବଶୀଭୂତ ଜ୍ଞାନ !!
