ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ଛାଡି ଯାଇ ଅଛି ମେଘ
ସ୍ୱଚ୍ଛ ଦିଶେ ଦଶ ଦିଗ |
ଦିଗ ବଳୟ ର କୋଳେ
ଶୋଭା ପାଉଛି ଏ କାଳେ |
ରଙ୍ଗର ରୋଷଣୀଟାଣି
ସୁନ୍ଦର ମୁରୁଜ ବୁଣି |
ତୋରଣ ପରାଏ ଦିଶେ
ସୁରମ୍ୟ ନୀଳ ଆକାଶେ |
ସପ୍ତ ରଙ୍ଗରେ ରଂଜନ
ମନ କରଇ ତର୍ଲିନ |
ଯାହା ଦର୍ଶନେ ପ୍ରାଣରେ
ନବ ରୋମାଞ୍ଚ ସଞ୍ଚରେ |
ଦିବ୍ୟ ଚେତନାରେ ପ୍ରାଣ
କରିନିଏ ଆକର୍ଷଣ |
ବରଷା କାଳରେ ଦିଶେ
ଅଭିନବ ରୁଚି ହାସେ |
ଶୁନ୍ୟରୁ ଉପୁଜେ ତାହା
ସୃଷ୍ଟିର ବୈଚିତ୍ୟ ଆହା |
ଲିଭିଯାଏ ସେହି ଶୂନ୍ୟେ
ଭାଵନା ତୋଳେ ମରମେ |
ମନ ନୟନ ଚକିତ
ହୁଏ ଯାହାକୁ ଦେଖି ତ |
ଇନ୍ଦ୍ରଧନୁ କହି ତାହା
ସଜିସେ ବର୍ଣ୍ଣାଢ଼୍ୟ ବିଭା |
ବିଭାସିତ ବିଶୋଭିତ
ଅନ୍ତର କରେ ଚକିତ ।

