ଈଶ୍ଵର ଏକ ଓ ଅଦ୍ୱିତୀୟ
ଈଶ୍ଵର ଏକ ଓ ଅଦ୍ୱିତୀୟ


ଯିଏ ହରି ସିଏ ହର
ଈଶ୍ଵର ଏକ ଓ ଅଦ୍ୱିତୀୟ
ଯିଏ ଜଗନ୍ନାଥ ସିଏ
ଶଙ୍କର,ସିଏ କରୁଣାମୟ।
କେବଳଯେ କଳେବର
ଅଲଗା ହେଲେ ବ୍ରହ୍ମତ ଏକ
ଯିଏ ଦୁର୍ଗା ସିଏ କାଳୀ
ଖାଲିତ ରୂପ ପରା ଅନେକ ।
ଯାହାର ଯାହାଙ୍କୁ ଇଚ୍ଛା
ସେ ତାହାଙ୍କୁ ଭଜନ କରେ
ସେଥିରେଯେ ନାହଁ କିଛି
ପୂଜା ପାଆନ୍ତି ଭକତିଭରେ ।
ଯିଏ ଆଲ୍ଲା ସିଏ ଯୀଶୁ
ପୁଣି ସେ ଅଟନ୍ତି ନାରାୟଣ
ଆମେ ହିନ୍ଦୁ ଖ୍ରୀଷ୍ଟିଆନ
ମୁଶଲମାନ ସବୁ ସମାନ।
ହିନ୍ଦୁ ଯାଏ ମନ୍ଦିର କୁ
ମୁଶଲମାନ ମସଜିଦକୁ
ଖ୍ରୀଷ୍ଟିଆନ ଯାଆନ୍ତି ଯେ
ଚର୍ଚ୍ଚକୁ ପ୍ରାର୍ଥନା କରିବାକ
ୁ ।
ଯିଏ ଯାହାର ଇଷ୍ଟ ସେ
ପୂଜା ପାଆନ୍ତି ସେ ଅନୁସାରେ
ତେତିଶ କୋଟି ଦେବତା
ଏକ,ଅଲଗା ନୀତି କାନ୍ତିରେ ।
ନାରାୟଣ ରାମଚନ୍ଦ୍ର
ଶ୍ରୀକୃଷ୍ଣ ଜଗନ୍ନାଥ ସମାନ
ଯୁଗ ଅନୁସାରେ ରୂପ
ଅବତାର ଅଟେ ଭିନ୍ନ ଭିନ୍ନ ।
ସବୁ ଦେବ ସମାନଯେ
ପୁଣିହେ ସବୁ ଦେବୀ ସମାନ
ଦେବ ଦେବୀଙ୍କ ଭିତରେ
ନାହଁ କିଛି ପୁଣି ଅସମାନ ।
ସଭିଏଁ ପୂଜନ୍ତି ସବୁ
କାହାକୁ ନାହିଁ କେବେ ବାରଣ
ବିଧର୍ମୀ ହେଲେଟି ଜାଣ
ସବୁଥିରେ ହୁଏ ଅକାରଣ ।
ଦେବ ହୁଅନ୍ତୁ ବା ଦେବୀ
ପୂଜିବା ଗଭୀର ବିଶ୍ୱାସରେ
ଜଣାଇବା ଦୁଃଖ ତାଙ୍କୁ
ସତ ମନ ଆଉ ସଦ୍ଭାବରେ ।