STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଈଶ୍ଵର ଅସହାୟ ନିଃସନ୍ଦେହ (୧୬)

ଈଶ୍ଵର ଅସହାୟ ନିଃସନ୍ଦେହ (୧୬)

1 min
243

ବିଶ୍ଵ କୁ ହତ ଚକିତ କରି କରୋନା ଭାଇରସ୍

ମାଡ଼ି ମାଡ଼ି ଚାଲେ ସହର ବଜାର ଦେଶ ବିଦେଶ

ବୈଷ୍ଣବ ଅଚ୍ୟୁତ ମାଳିକା ବଚନ ହେଉଛି ସତ

ରୋଗ ଚିହ୍ନୁ ନାହିଁ ବଇଦ ବାପୁଡା

ରୋଗ ପାଇଁ ନାହିଁ କିଛି ଔଷଧ


ଅଚ୍ୟୁତ କହିଲେ ମୁହେଁ ତୁଣ୍ଡିଭିଡି ବୁଲିବେ ନର

ବାପ ହେଉ ଅବା ସମ୍ପର୍କିୟ ଶବ ପାଖରୁ ଦୂର

ହୋଇଣ ରହିବେ, ନଛୁଁଇ ଲୁଚିବେ ଘର କୋଣର

ଶିଆଳ କୁକୁର ବୁଲିବେ ବାଟରେ

ଡାକ ଶୁଭୁଥିବ ଭଇରବ ର


ଜ୍ଞାନ ବିଜ୍ଞାନରେ ଚନ୍ଦ୍ର,ମଙ୍ଗଳରେ ମଣିଷ ଯାଇ

ପହଞ୍ଚି ଯାଇଛି ଔଷଧ ପାଉନି କରୋନା ପାଇଁ

ହତବାକ୍ କରି ପଦା କରି ଦିଏ ମୃତ୍ୟୁ କରାଳ ଛାଇ

ମଣିଷ ବଡିମା ଭୂଲୁଣ୍ଠିତ ଆଜି

ଅଟ୍ଟହାସ୍ୟେ ଦେଖ କାଳ ହସଇ


ଷୋଳ ଦିନ‌ ହେଲା କରୋନା ପାଇଁକି ବନ୍ଦୀ ଜୀବନ

ଅଚୁତ ମାଳିକା ଲେଖା ଯାହା ଲାଗେ ସତ୍ୟ ବଚନ

ତଥାପି ବିଶ୍ଵାସ ଅଛି ସବଧାନେ କରିଲେ କର୍ମ

ଧ୍ଵଂସ ପଥରୁ ବର୍ତ୍ତିଯିବୁ ବାବୁ

ଆଉ ନକର ତୁ ଅପକର୍ମ


ଆଉ କେତେ କଷ୍ଟ ଦୁଃଖ ଭୋଗିଲେ ଚେତିବୁ ଯାଇ

ଲେଡି ଗୁଡ଼ ଆସି କହୁଣି ଯାଏ ତ ଗଲାଣି ବୋହି

କେତେ ବେଳେ ଆଉ ତୋ ନିଜ ଭାଙ୍ଗିବ କହରେ ଭାଇ

ଏବେ ଠାରୁ ଟିକେ ସାବଧାନ ରୁହ

କାଳେ ତୋ ସମାଜ ଯିବରେ ରହି


ଏବେଳେ ପ୍ରକୃତି ବଦଳାଉଅଛି ନିଜର ରୂପ

ଅବେଳେ ଗ୍ରୀଷ୍ମ,ବର୍ଷା ,ବସନ୍ତ ଶୀତ ପ୍ରକୋପ

ତେଣେ ଦିନୁ ଦିନ ମଣିଷ ଜାତିଟା ହେଉଛି ଧ୍ଵଂସ

ଈଶ୍ଵର ଅସହାୟ ନିଃସନ୍ଦେହ 

ଆଉ ଦିଅନ୍ତନି ଆର୍ଶୀବାଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract