STORYMIRROR

Ambuja Mohanty

Abstract

4  

Ambuja Mohanty

Abstract

ଈଶ୍ବରଙ୍କ ନିବେଦନ

ଈଶ୍ବରଙ୍କ ନିବେଦନ

1 min
184

ଭକ୍ତ:

ହେ ଈଶ୍ୱର କୁହ ବାରେ ମତେ

ତୁମକୁ ପୂଜା କରେ ଆଦରେ ସତେ

ଦେଇ ଧୂପ ପୁଷ୍ପ ନୈବେଦ୍ୟ ଯେତେ

ତଥାପି ପାଏ ଦୁଃଖ ଯନ୍ତ୍ରଣା ମୁଁ କେତେ ।


ଈଶ୍ୱର:

ବତ୍ସ ମୋର ତୁମେ ଅଟ ପ୍ରିୟ ସନ୍ତାନ

କହୁଛି ତୁମକୁ ଶୁଣ ଦେଇ ପ୍ରାଣ ମନ

ପାଷାଣ ମୂର୍ତ୍ତି ପାର୍ଶ୍ୱରେ ଅର୍ଘ୍ୟ ଯତନ

କିନ୍ତୁ ପ୍ରାଣୀଙ୍କୁ କର ତୁମେ ହେୟ ଜ୍ଞାନ ।


ଦିଅ ନାହିଁ ବୁଲା ପଶୁ ପକ୍ଷୀଙ୍କୁ ଦାନ

ପାଣି ଟୋପେ ରଖ ନାହିଁ କରି ଯତ୍ନ

ମନ୍ଦିର ବାହାରେ ଭୋକିଲାଙ୍କୁ ଛାଡ଼ି

ପାଷାଣ ମୂର୍ତ୍ତିରେ ଦିଅ ଭୋଗ ମାଡ଼ି ।


କୁହ ଏହା କଣ ମୋର ପ୍ରଦତ୍ତ ଶିକ୍ଷା?

ପୁନଃ ଅର୍ଜୁନ ସମ ତୁମ୍ଭେ ଚାହଁ କି ଦୀକ୍ଷା?


କରିଛି ପ୍ରଦାନ ମୁଁ ତୁମ୍ଭକୁ ଏହି ପ୍ରକୃତି

ପଞ୍ଚ ମହାଭୂତ ପୁଣି ଭୂଜାରେ ଶକ୍ତି

ନିଃଶ୍ୱାସ,ଖାଦ୍ୟ,ଜଳ ଓ ଜୀବନ

ଏହା ଅଟେ ମୋର ତୁମ୍ଭକୁ ଦାନ

କିନ୍ତୁ ତୁମେ କରନାହିଁ ଏହାର ମାନ

ଶିଖିଲନି ତୁମ୍ଭେ କରିବ କିଭଳି ଯତନ

ମିଛ ଭୋଗ ଦିପରେ କିଭଳି ତୋଷିବ ମନ

ମୋ ସୁନ୍ଦର୍ ସୃଷ୍ଟିର ହେଉଛି ଆୟୁ କ୍ଷୀଣ।


ସହିବି କାହିଁ, ଗଛ ଲତା ପଶୁ ପକ୍ଷୀ ମୋହର

ପ୍ରାଣ କଷ୍ଟ ଦିଏ ତାଙ୍କର ଦୁଃଖ ବିକଳ ଚିତ୍କାର 

ଆଜି ଧରାରେ ହୋଇଛି ମାନବିକତାର ଅନ୍ତ

ଅସୁର ଶକ୍ତି କରୁଛି କେବଳ ତାହାର ରାଜତ୍ଵ

ଯେଉଁଦିନ ତୁମ୍ଭେ ଶିଖିବ ମୋର ଏହି ସନ୍ଦେଶ 

ଜୀବନ ହୋଇବ ସୁଖ,ଶାନ୍ତି ସମୃଦ୍ଧିର ଦାସ 

ସମୟ ହାତେ ଏବେ କର ଅନେକ ବୃକ୍ଷ ରୋପଣ

ନିଃଶ୍ୱାସ ନେବାକୁ ମିଳିବ କେତେ ଯେ ଅମ୍ଳଜାନ

ଜିବେ ଦୟା କ୍ଷମା ପ୍ରେମ କରି ଅର୍ଜନ କର ଶାନ୍ତି

ତେବେ ପାଇବି ତୁମ ପୂଜାରେ ମୁଁ ଅନେକ ତୃପ୍ତି

ପାଇବନି ଦୁଃଖ କଷ୍ଟ କେବେ ମଧ୍ୟ ଏ ଜୀବନେ

ତେଣୁ କାଳ ବିଳମ୍ବ ନକରି ଯାଅ ତୁମେ ସୁଧୁରି

ସୃଷ୍ଟି ହୋଇବ ସ୍ବର୍ଗ ସମ ତ୍ରେତୟା ଯୁଗ ପରି

ସବୁ ବ୍ୟକ୍ତି ହେବେ ମର୍ଯ୍ୟାଦା ପୁରୁଷୋତ୍ତମ 

ମାତା ଜାନକୀ ବାସ କରିବେ ସର୍ବ ଗୃହେ ଜାଣ

ବୁଝ ମୋ ବାର୍ତ୍ତା ତୁମ୍ଭେ ହେ ମନୁଷ୍ୟ ମୋ ପ୍ରାଣ

ଆଜି ଈଶ୍ୱର ହୋଇ କରେ ମୁଁ ତୁମ୍ଭକୁ ନିବେଦନ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract