ଈଶ୍ୱର
ଈଶ୍ୱର
ଜଗତ ଈଶ୍ୱର
ପ୍ରଭୁ ନିରାକାର ବିରାଜିତ
ସଭିଙ୍କ ଅନ୍ତରେ
କରିକରାଉଛ ତୁମେ ସିନା ପ୍ରଭୁ
ମନୁଷ୍ୟ ନିମିତ୍ତ ମାତର ।
ସାକାର ରୂପକୁ ବହି
ପାପୀ ମାରି ତପି ଙ୍କୁ ତାରିଛ
ମାନବୀୟ ଲୀଳା ରଚିଛ
ଭକତ ପାଇଁକି
ମାନବ ତନୁବି ବୋହିଛ ।
ଜଳ, ସ୍ଥଳ ଅନ୍ତରିକ୍ଷେ
ଗିରି ବନ କାନନେ
ତରୁ ଲତା ଡାଳେ
ମୁଖରିତ ଧରା
ଲଭିଣ ସ୍ରଷ୍ଟା ଙ୍କ ସ୍ପର୍ଶ ।
ତୋ ମହିମା ଏମନ୍ତ
ନାହିଁ ଯାର ଆଦି ଅନ୍ତ
ତୁମରି ନିର୍ଦ୍ଦେଶେ ଚଳେ ଜଗତ
ସୃଷ୍ଟି ର ଉଲ୍ଲାସ ଯହିଁ ଥାଏ
ଧ୍ବଂସ ର ଲୀଳା ବି ପରିବ୍ୟାପ୍ତ ।
ସୂର୍ଯ୍ୟ ଚନ୍ଦ୍ର ହୁନ୍ତି ଆତଯାତ
ତୁମରି କରୁଣା ପାଇଁ
ଜଡ଼ ଠୁଁ ଚେତନ ସବୁଠି
ତୁମରି ସ୍ଥିତି ଅନୁଭବ କରେ ପ୍ରାଣ ।
କରୁଣା ବାରିଧି
କୋଟିପ୍ରାଣ ନିଧି
ଅଜ୍ଞାନ ଅନ୍ତରେ ଜ୍ଞାନ ର ଜ୍ୟୋତି
ଚରଣେ ସଦା ଥାଉ ମୋର ମତି ।