STORYMIRROR

banaja nandini mishra

Abstract Inspirational

4  

banaja nandini mishra

Abstract Inspirational

ଈଶ୍ୱର ଏକା ସତ୍ୟ

ଈଶ୍ୱର ଏକା ସତ୍ୟ

1 min
349


ଅଶାନ୍ତି ଅଗ୍ନିରେ କୁହୁଳେ ଜୀବନ

ତଥାପି ଆମେ ନୀରବ

କରିବାକୁ ଅଧର୍ମୀଙ୍କୁ ବିରୋଧ

ଡରାଏ ଆମ ବିବେକ l

ସତ୍ୟ ଦେଖିବୁନି ସତ୍ୟ ଶୁଣିବୁନି

ସତ୍ୟ କେବେ କହିବୁନି.

ନିଜେ ବଞ୍ଚିବାର ନିତି ଆପଣାଇ

କାଦୁଏ ଗୋଡ଼ ଦେବୁନି l

ପଶିଲେ କାଦୁଏ ଧୋଇବାକୁ ହେବ

ଆପଣାର ଦୁଇ ଗୋଡ଼.

ତାହାଠାରୁ ଭଲ ନୀରବ ରହିବା

କିଏ ଖାଉଥାଉ ପଛେ ମାଡ଼ l

ଯାହା ଘଟୁଅଛି ଅଧିକ ଘଟିବ

ଅନ୍ଧକାର ଘୋଟିଯିବ

ବାଟ ତ ନଥିବ ସର୍ବେ ହେବେ ଏକ

ଡାକଦେବେ ନାରାୟଣ ରଖ l

ବ୍ୟାପୁଅଛି ରୋଗ ଦେଉଅଛି ଦୁଃଖ

ଜାଣିପାରୁନି ରୋଗ ବଇଦ

ଓଉଷଧୀ ଆଉ କାମ କରୁନାହିଁ

ବେଳ ଚାଲୁଅଛି ମନ୍ଦ l

ପୁଣ୍ୟ ଆତ୍ମା ଯିଏ ଆଗ ଚାଲିଯିବ

ପାପୀ ପଛକୁ ରହିବ

ପରମାୟୁ ସରିଯାଏ ପିଲା ଚାଲିଯାଏ

ପିତାମାତା ପାଉଛନ୍ତି ଦୁଃଖ l

ଅଧର୍ମୀଙ୍କ ବଳ ବଢିବ ବହୁତ

ଦେଖୁଥିବ ରହି କାଳ

ବେଳ ହୋଇଗଲେ ନିଜ ନିଜ ମଧ୍ୟେ

ହେବେ ସବୁ ମାଡଗୋଳ l

କଳ୍କୀ ନାରାୟଣ କଳ୍କୀ ରୂପ ଧରି

ଘୋଡାରେ ଚଢି ଆସିବେ

ଏ ହାତୁ ସେ ହାତ ବାରହାତ କରି

ଖଣ୍ଡା ପରା ବୁଲାଇବେ l

ପୁଣ୍ୟର କେବେ କ୍ଷୟ ହୁଏ ନାହିଁ

ପାପର ହୁଅଇ ଅନ୍ତ

ଅଧର୍ମ କେବେ ବି ବିଜୟ ଲଭେନି

ଧର୍ମ ସଦା ସଂସ୍ଥାପିତ l

ତାଙ୍କ ଇଚ୍ଛା ଯାହା ସେ ତାହା କରିବେ

କିଏ ସେ ଅଛି ରୋକିବ

କର ଯୋଡି ଡାକେ ରଖ ପ୍ରଭୂ ରଖ

ହେ ପ୍ରଭୂ ପଙ୍କଜ ମୁଖ ll


Rate this content
Log in

Similar oriya poem from Abstract