ଵୀପ୍ଳବର ଭିନ୍ନ ସ୍ଵର ନେତାଜୀ
ଵୀପ୍ଳବର ଭିନ୍ନ ସ୍ଵର ନେତାଜୀ
ଵୀପ୍ଳଵର ଭିନ୍ନ ସ୍ଵର ଓଡ଼ିଶାର
ଆହେ ନେତାଜୀ ସୁଵାଷ
ପିଲାଟି ଦିନରୁ ତୁଳସୀ ପରାୟ
ଵିତରି ଥିଲ ମହକ।
ଭାରତ ମାତାର ବିକଳ ଚିତ୍କାର
ଶୁଣିଥିଲେ ନିଜ କର୍ଣ୍ଣେ
ସେ ଅସ୍ପଷ୍ଟ ସ୍ବର ଆହେ ବୀର ନର
ଅଣ୍ଟାଭିଡ କେହି ଜଣେ।
ପରାଧୀନତାର ଵେଡି ମୋ ଦେହରେ
ଥିଵ ଆଉ କେତେ ଦିନ
ସବୁ ଦେଶ ବାସୀ ନିର୍ଯାତିତ ଏଠି
ଅତିଷ୍ଠ ଗୋରା ଶାସନ।
ବାରମ୍ବାର ପ୍ରତିଧ୍ଵନି ଗୁଞ୍ଜରିତ
ହେଉଥିଲା କର୍ଣ୍ଣ ପଥେ
ନିଜ ଜୀବନକୁ ତୁଚ୍ଛ ମଣିଥିଲେ
ଜାତିର ସ୍ଵାର୍ଥ ସମ୍ମୁଖେ।
ଦେଶ ସ୍ବାଧୀନ ରେ ବ୍ରତୀ ହୋଇଥିଲେ
ଅଗ୍ରଣୀ ଭୂମିକା ନେଇ
ଫିରିଙ୍ଗି ଶାସନ ବିରୁଦ୍ଧାଚରଣ
ମାଟିର ସୁରକ୍ଷା ପାଇଁ।
ମୋତେ ରକ୍ତ ଦିଅ ସ୍ଵାଧୀନତା ଦେଵି
ଥିଲା ତାଙ୍କର ସ୍ଳୋଗାନ
ନାଜି ସରକାର ସାହାଯ୍ୟେ ଆଜାଦ
ହିନ୍ଦ୍ ଫୈ।ଜ ଗଠନ।
ଦ୍ଵିଲ୍ଲୀ ଚଲୋ ସଵୁ ଦେଶ ବାସୀ ଗଣ
ଵଜ୍ର ଗମ୍ଭୀର ଆହ୍ବାନ
ଦେଶ ପ୍ରେମ ବହ୍ନି ପ୍ରତିଟି ପ୍ରାଣରେ
କରିଥିଲେ ଜାଗରଣ।
ଦେଶ ମାତୃକାର ସେବା ରେ ନିଜର
ଜୀବନକୁ ଵଳିଦେଇ
ଅଗାଧ ଗୁଣର ଅଧିକାରୀ ହେଲେ
ସ୍ଵାର୍ଥ ଛୁଇଁ ପାରିନାହିଁ।
ଗୋରା ସରକାର ବିରୁଦ୍ଧରେ ଲଢି
କରିଲେ କାରାବରଣ
ଜାମିନିରେ ଥାଇ କଲିକତାରୁ ସେ
ହୋଇଥିଲେ ଅନ୍ତର୍ଦ୍ଧାନ।
ଶତ ସିଂହ ଵଳ ଜାଗ୍ରତ କରିଲେ
ଦେଶବାସୀ ହୃଦୟରେ
ହାର ମାନିଗଲା ସଂଗ୍ରାମୀ ଜୀଵନ
ସମୟ ଚକ୍ର ଵ୍ୟୁହରେ।
ଅଠର ଶହ ସତାନଵେ ମସିହାର
ଜାନୁଆରୀ ତେଇଶି ରେ
ପିଅର ଜାନକୀ ମାତା ପ୍ରଭାବତୀ
ଜନ୍ମ କଟକ ସହରେ।
ଚିରସ୍ମରଣୀୟ ନେତାଜୀ ଅଜୟ
ରହିଥିଵେ ଚିରଦିନ
ହେ ନିର୍ଭୀକ ଵୀର ଓଡ଼ିଆ ମାଟିର
ତୁମକୁ କୋଟି ସଲାମ।
ଅନ୍ତିମ ଜୀବନ ଅତୀଵ ଗହନ
ରହସ୍ୟ ମଧ୍ୟେ ରହିଛି
ପୁତ୍ର ଗୁଣ ଗୁଣି ବାହୁନି ଵାହୁନି
ଭାରତ ମାତା କାନ୍ଦୁଛି।
