STORYMIRROR

Satyabati Swain

Abstract

2  

Satyabati Swain

Abstract

ଇଗଲ୍

ଇଗଲ୍

1 min
297

କେବେ ଲୁହ ଧାରେ

କେବେ ଟୋପେ ହସ,

ଶେଷରୁ ଆରମ୍ଭ ଏଠି

ହସ ଏବଂ ଶୋଷ,

ବଢେ ଯାହା କମିବାର ନାଁ ନନେଇ

 ଦିନୁ ଦିନ ମେଲିଯାଏ

 କ୍ଷତ ଓ ଅବଶୋଷ

 

କହୁ କହୁ କହି ହୋଇଯାଏ

କିଛି ଅପ୍ରିୟ କଥା,

ଲେଖୁ ଲେଖୁ ଲେଖି ପକାଏ

ମୋ ସହିତ ସେମାନଙ୍କ

ଲୁକାୟିତ କିନ୍ତୁ ସତ୍ୟ

ଅହରହ ଦଂଶୁଥିବା ବ୍ୟଥା

ହଜିଯାଏ ନିଜର ଅସ୍ମିତା।


ଗଢୁ ଗଢୁ ମନ ପ୍ରାଣ ଢାଳି

ଭାଙ୍ଗିଯାଏ ପ୍ରେମ ସଉଧ

ଭାଙ୍ଗୁ ଭାଙ୍ଗୁ ଯୋଡି ହୋଇ କେବେ

ପହଁରି ଯାଏ ଅସରାଏ ଭସା ବଉଦ

ଉଡୁ ଉଡୁ ହଠାତ୍ ଛିଡି ଯାଏ

ଜୀବନର ଗୁଡି, ବା

ଖୋଲି ଯାଏ ଖୁସିଲଫାର ମୁଦ


ସରି ସରି ଯାଏ କ୍ୟାଲେଣ୍ଡର ପୃଷ୍ଠା

କିଛି ନୂଆ ଅଙ୍କର ଅପେକ୍ଷା

ନୂଆ କଣ ଏମିତି ଆସିବ

ଲିଭିଯିବ ସବୁ ଅତୃପ୍ତ ବତୀ

ଯେତେ ଦାଗ ହୃଦ ମାନଚିତ୍ର 

ରକ୍ତ ଛିଟା ପୋଛିଦେବ

ତୁମେ ତ ଜରଦ୍ଗବ


ଅଶୁଭ ଦୁଷ୍କର୍ମ ଇଗଲ୍

ସବୁ ଝାମ୍ପି ନେଲା ପରେ

ଆଉ କଣ ମାଂସ ଅଛି

ତୁମେ ଖାଇବ ଚାହିଁଛ

ନିଅ ଏଥରକ ଯେତିକ କଙ୍କାଳ

ନଖ,ଦାନ୍ତ ଭାଙ୍ଗ 

ଟୋପା ଟୋପା ନରମ ଆଂଚଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract