STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ଇଏ କିବା ଆବଶ୍ୟକ ?

ଇଏ କିବା ଆବଶ୍ୟକ ?

1 min
417

ଯାଇଥିଲି ମୁଁ ହି ଡାକତର ଖାନା

ନଥିଲା ଭଲ ମୋ ଦେହ

ଲାଇନିରେ ଠିଆ ହେଇ ମୁଁ ଦେଖିଲି

ଗୋଟିଏ ଛୋଟିଆ ଝିଅ

କି କଥା କହିବି କୁହ


ବାର ବରଷର ଝିଅଟିଏ ସିନା 

ପାଚିଥିଲା ତାର କେଶ

ଆଚମ୍ବିତ ହେଲି ମୋ କଥା ମୁଁ ଭାବି 

ହେଲା କେତେ ମୋ ବୟସ

ମନ ଥିଲା ମୋ ନିରାଶ


ଦିଦିନ ପୂର୍ବରୁ ମୋ ମୁଣ୍ଡରେ ଦେଖି 

ଗୋଟିଏ ଧବଳ ଚୁଟି

ଦୁର୍ବଳ ହୋଇଲା ସବଳ ମନମୋ ଯାଇଥିଲା ଯେ ମରିଟି

କେତେ କୁନି ସେଇ ଝିଅଟି


ଏକଥା ଶୁଣି ମୋ ପୁତୁରା କହିଲା

ବୁଧିଆ ଭାଇକୁ ପଚିସି

କଳା ଚୁଟି ତା'ର ମୁଣ୍ଡରେ ତ ନାହିଁ

ବାହା ହେବ କିଏ ଆସି

ନୀତି କଲର ମାରୁଛି ଘସି


ବୁଝିଲି ଏଥର ହେୟାର କଲର

ଫେସନ ବଢୁଛି କିଆଁ

ନାଲି ,ଗୋଲାପି ଓ ମାଟିଆ କେଶରେ ରଙ୍ଗି ଗଲାଣି ଦୁନିଆ

ଦାଢି ବି ରଙ୍ଗାନ୍ତି ମିଆଁ


କାହାର ମଜ୍ ବୁରୀ କାହାର ଫେସନ 

ଜଣାପଡୁନାହିଁ କିଛି

ଭିତରେ ଯାହାଟା ଉପରେ ଓଲଟା ରଙ୍ଗ ଝଲସି ପଡୁଛି

କିଏ ବା ଯବାନ୍ ଅଛି


ଧଳା ଚୁଟି କରି କଳା ମାଟିଆ

ବୁଢା ପୁରା ଲାଗେ ଯୁବକ

ଧଳା ମେକପରୁ ମେଞ୍ଚାଏ ବୋଳିକି ବୁଢୀ ଦିସେ ଚକମକ

 ଇଏ କିବା ଆବଶ୍ୟକ


କାହାକୁ ଛଳାନ୍ତି ଏଇ ପ୍ରାଣୀ ଗଣ

ବୁଝିବା ନୁହେଁ ସହଜ

ବୟସର ଛାପ ପଡିବ ନିଶ୍ଚୟ ମନରେ ଟିକିଏ ହେଜ

ନିଜେ ଜାଣୁ ତୁ କି ଚିଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract