ଇଏ କିବା ଆବଶ୍ୟକ ?
ଇଏ କିବା ଆବଶ୍ୟକ ?
ଯାଇଥିଲି ମୁଁ ହି ଡାକତର ଖାନା
ନଥିଲା ଭଲ ମୋ ଦେହ
ଲାଇନିରେ ଠିଆ ହେଇ ମୁଁ ଦେଖିଲି
ଗୋଟିଏ ଛୋଟିଆ ଝିଅ
କି କଥା କହିବି କୁହ
ବାର ବରଷର ଝିଅଟିଏ ସିନା
ପାଚିଥିଲା ତାର କେଶ
ଆଚମ୍ବିତ ହେଲି ମୋ କଥା ମୁଁ ଭାବି
ହେଲା କେତେ ମୋ ବୟସ
ମନ ଥିଲା ମୋ ନିରାଶ
ଦିଦିନ ପୂର୍ବରୁ ମୋ ମୁଣ୍ଡରେ ଦେଖି
ଗୋଟିଏ ଧବଳ ଚୁଟି
ଦୁର୍ବଳ ହୋଇଲା ସବଳ ମନମୋ ଯାଇଥିଲା ଯେ ମରିଟି
କେତେ କୁନି ସେଇ ଝିଅଟି
ଏକଥା ଶୁଣି ମୋ ପୁତୁରା କହିଲା
ବୁଧିଆ ଭାଇକୁ ପଚିସି
କଳା ଚୁଟି ତା'ର ମୁଣ୍ଡରେ ତ ନାହିଁ
ବାହା ହେବ କିଏ ଆସି
ନୀତି କଲର ମାରୁଛି ଘସି
ବୁଝିଲି ଏଥର ହେୟାର କଲର
ଫେସନ ବଢୁଛି କିଆଁ
ନାଲି ,ଗୋଲାପି ଓ ମାଟିଆ କେଶରେ ରଙ୍ଗି ଗଲାଣି ଦୁନିଆ
ଦାଢି ବି ରଙ୍ଗାନ୍ତି ମିଆଁ
କାହାର ମଜ୍ ବୁରୀ କାହାର ଫେସନ
ଜଣାପଡୁନାହିଁ କିଛି
ଭିତରେ ଯାହାଟା ଉପରେ ଓଲଟା ରଙ୍ଗ ଝଲସି ପଡୁଛି
କିଏ ବା ଯବାନ୍ ଅଛି
ଧଳା ଚୁଟି କରି କଳା ମାଟିଆ
ବୁଢା ପୁରା ଲାଗେ ଯୁବକ
ଧଳା ମେକପରୁ ମେଞ୍ଚାଏ ବୋଳିକି ବୁଢୀ ଦିସେ ଚକମକ
ଇଏ କିବା ଆବଶ୍ୟକ
କାହାକୁ ଛଳାନ୍ତି ଏଇ ପ୍ରାଣୀ ଗଣ
ବୁଝିବା ନୁହେଁ ସହଜ
ବୟସର ଛାପ ପଡିବ ନିଶ୍ଚୟ ମନରେ ଟିକିଏ ହେଜ
ନିଜେ ଜାଣୁ ତୁ କି ଚିଜ
