ଇଚ୍ଛା ହୁଏ ମୋର
ଇଚ୍ଛା ହୁଏ ମୋର
ଇଚ୍ଛା ହୁଏ ମୋର ଗାଇବାକୁ
ଗୋଟେ ଗୀତଟିଏ,
ଗୀତର ସୁରରେ ମୋହିବାକୁ
ଟିକି ମନଟିଏ
ଇଚ୍ଛା ହୁଏ ମୋର ଆଙ୍କିବାକୁ
ଗୋଟେ ଛବିଟିଏ,
ଛବିରେ ଛବିରେ ଦେଖିବାକୁ
ସରୁ ହସଟିଏ
ଇଚ୍ଛା ହୁଏ ମୋର ଜଳିବାକୁ
ହୋଇ ଦୀପଟିଏ,
ଦୀପ ଆଲୋକରେ ପାପ ତାପ
ଯେତେ ଦୂରହୁଏ
ଇଚ୍ଛା ହୁଏ ମୋର ଶୁଣିବାକୁ
ଗୋଟେ ଗପଟିଏ ,
ଗପରେ ଗପରେ ଶିଖିବାକୁ
ନୀତି କଥାଟିଏ
ଇଚ୍ଛା ହୁଏ ମୋର ଉଡିବାକୁ
ହୋଇ ପକ୍ଷୀଟିଏ,
ଗଛର ଡାଳରେ ତୋଳିବାକୁ
ଛୋଟ ନୀଡଟିଏ
ଇଚ୍ଛା ହୁଏ ମୋର ଫୁଟିବାକୁ
ହୋଇ ଫୁଲଟିଏ ,
ଦିଅଁଙ୍କ ବେକରେ ଲମ୍ବିବାକୁ
ହୋଇ ମାଳଟିଏ
ଇଚ୍ଛା ହୁଏ ମୋର ଉଇଁବାକୁ
ହୋଇ ଜହ୍ନଟିଏ ,
ରୂପା ଜୋଛନାରେ ଅନ୍ଧକାର
ଯେତେ ହଟିଯାଏ
