STORYMIRROR

Sujata Pati

Tragedy

4  

Sujata Pati

Tragedy

ହୁଗୁଳା ସମ୍ପର୍କ

ହୁଗୁଳା ସମ୍ପର୍କ

1 min
351


ଆଜିର ସମ୍ପର୍କ ଦେବାରେ ନେବାରେ

   ସ୍ନେହ, ଶ୍ରଦ୍ଧା କଥା ଦେଖେରେ କିଏ

ଦେଉଥିବା ଯାଏ ପାଖେ ପାଖେ ଥିବେ

   ନ ଦେଲେ ଚିହ୍ନା ବି ଅଚିହ୍ନା ହୁଏ।


ସ୍ବାର୍ଥ ଥିବା ବେଳେ ଧାଉଁ ଥିବେ ପଛେ

   ଅତି ଆପଣାର ବନ୍ଧୁଟି ପରି

ଯଦି ବାଧାପଡେ ସ୍ବାର୍ଥରେ ତାର

   ହୁଏ ସେ ଘାଇଲା ବାଘଟି ପରି।


ଜୀବନର ପଥ ବହୁତ ଗଭୀର

 ପଡିଗଲେ ଥରେ ଉଠି ହୁଏନା

ସମ୍ପର୍କୀୟ ଥାଇ ସମ୍ପର୍କ ତ ନାହିଁ

  ଅକୁହା କଥା ତ କହି ହୁଏନା।


ଅନେକ ଆତ୍ମୀୟ ଅଛନ୍ତି ମୋର

  କେବଳ ମାତ୍ର ହିଁ ନାମକୁ ଗଣା

ନିଜ ସ୍ବାର୍ଥ ସବୁ ସରିଗଲା ପରେ

  ଏ ଘର ପାଇଁ ସର୍ବେ ଅଜଣା।


ସରଳ ମଣିଷ ବୁଝି ତ ପାରେନା

  ନିଜର ସରଳ ମାପ କାଠିରେ,

ସରଳ ବୁଦ୍ଧିରେ ବିଶ୍ବାସ ତ କରେ

  ଧୋକା ଖାଇଯାଏ ଅନାୟାସରେ।


ସରଳ ମଣିଷ ପ୍ରଭୁଙ୍କର ପ୍ରିୟ

   ସବୁ ବିପଦରୁ ରକ୍ଷା ସେ ପାଏ,

କପଟୀ ମଣିଷ ଧୋକା ଦିଏ ସିନା

  ପ୍ରଭୁଙ୍କ କୃପାରୁ ବଞ୍ଚିତ ହୁଏ।



Rate this content
Log in

Similar oriya poem from Tragedy