ହୁଅ ଦୁଃଖରେ ଦୁଃଖୀ
ହୁଅ ଦୁଃଖରେ ଦୁଃଖୀ
ମୁଠାଏ ଭାତକୁ ଆୟୁଷ ନିଅଣ୍ଟ
ଏବେଅଛି ପୁଣି ଏବେବି ନାହିଁ
ଜୀବନଟା ଆମ ମଉଳା ଫୁଲଟେ
କେବେ ଯିବ ଝଡି ଜାଣେନା କେହି ।
ମୋର ମୋର କହି ସାଉଁଟୁଛ ଯାକୁ
କିଛିବି ନୁହଁଇ ବନ୍ଧୁ ତୁମର
ଆଜି ଯା'ତୁମର କାଲି ଥିଲା କା'ର
ତୁମ ପରେ ହେବ ଅନ୍ୟ କାହାର।
ଦେବାରେ ଯେଉଁ ଆନନ୍ଦଟି ଥାଏ
ନେବାରେ ନଥାଏ ତାହା
ସୁଖ,ଶାନ୍ତି ବାଣ୍ଟ ଦୁଃଖକୁ ସାଉଁଟ
ଦରିଦ୍ରକୁ ହୁଅ ସାହା ।
ଛାଡି ପାପ କର୍ମ ଅରଜ ଧରମ
ସଞ୍ଚିତ ପୁଞ୍ଜିକୁ ଲଗାଇ ପର ହିତରେ
ଦୁଃଖୀର ମୁହଁରେ ହସ ଭରିଦେଖ
ସାର୍ଥକ ହୋଇବ ମାନବ ଜନ୍ମରେ ।
