STORYMIRROR

Mamatamanjari Das

Inspirational Others

4  

Mamatamanjari Das

Inspirational Others

ହୁଅ ଦୁଃଖରେ ଦୁଃଖୀ

ହୁଅ ଦୁଃଖରେ ଦୁଃଖୀ

1 min
236


ମୁଠାଏ ଭାତକୁ ଆୟୁଷ ନିଅଣ୍ଟ

ଏବେଅଛି ପୁଣି ଏବେବି ନାହିଁ

ଜୀବନଟା ଆମ ମଉଳା ଫୁଲଟେ

କେବେ ଯିବ ଝଡି ଜାଣେନା କେହି ।


ମୋର ମୋର କହି ସାଉଁଟୁଛ ଯାକୁ

କିଛିବି ନୁହଁଇ ବନ୍ଧୁ ତୁମର

ଆଜି ଯା'ତୁମର କାଲି ଥିଲା କା'ର

ତୁମ ପରେ ହେବ ଅନ୍ୟ କାହାର।


ଦେବାରେ ଯେଉଁ ଆନନ୍ଦଟି ଥାଏ

ନେବାରେ ନଥାଏ ତାହା

ସୁଖ,ଶାନ୍ତି ବାଣ୍ଟ ଦୁଃଖକୁ ସାଉଁଟ

ଦରିଦ୍ରକୁ ହୁଅ ସାହା ।


ଛାଡି ପାପ କର୍ମ ଅରଜ ଧରମ

ସଞ୍ଚିତ ପୁଞ୍ଜିକୁ ଲଗାଇ ପର ହିତରେ

ଦୁଃଖୀର ମୁହଁରେ ହସ ଭରିଦେଖ

ସାର୍ଥକ ହୋଇବ ମାନବ ଜନ୍ମରେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational