STORYMIRROR

Niranjan Mishra

Tragedy

4  

Niranjan Mishra

Tragedy

ହତ୍ୟା

ହତ୍ୟା

1 min
350


ହତ୍ୟା ! ନରପିଶାଚର ବିକାର ମନର

ନିଭୃତ କୋଣରୁ ହୁଏ ଉଦ୍ଗୀରଣ ତାର

କାମନା ଓ ବାସନାର ଅପୂର୍ଣ୍ଣ ତୃଷ୍ଣାରେ

ଜର୍ଜରିତ ଅଦୃଶ୍ଯ ଜ୍ୱାଳାର ।୧।

ଅଶାନ୍ତ ସେ କାମନା ବାସନା

ଅଦମ୍ଯ ତା ବିଭୁକୃପା ବିନା

ଲୋଡାହୁଏ ଅଭ୍ୟାସ ଯୋଗର

ପ୍ରୟୋଜନ ହୁଏ ବୈରାଗ୍ୟର ।୨।

ରଜୋଗୁଣୁ ଜାତ କାମ କ୍ରୋଧ

ଆସି ବସେ ହତ୍ୟାକାରୀ ମନେ

କାମନା ବା ବାସନାରେ ବାଧା

ଆସେ ଯେବେ ହୁଏ ସେ କ୍ରୋଧିତ। ୩।

ମୂଢତା ତା କ୍ରୋଧରୁ ସଂଜାତ

ତହୁଁ ସ୍ମୃତି ହୁଏ ତା ବିଭ୍ରମ

ତତ୍ପରେ ହୁଅଇ ବୁଦ୍ଧି ନାଶ

ସଙ୍କଟ ତା ହୁଏ ଉପସ୍ଥିତ ।୪।

ବୁଦ୍ଧିଭ୍ରଷ୍ଟ ନ ଥାଏ ଆୟତ୍ତେ

ଭବିତବ୍ଯ ନଜାଣେ ସେ ତାର

ହତ୍ୟାକାଣ୍ଡ କରି ବସେ ନିଜେ

ପ୍ରତିକାର ନପାଏ ତାହାର ।୫।

ହତ୍ୟାକାରୀ ଅପରାଧୀ ସାଜି

ସମାଜର ଆଗେ ହୁଏ ଠିଆ

ନ୍ୟାୟାଳୟେ କେବେ ହୁଏ ଦୋଷୀ

କେବେ ଅବା ନିର୍ଦ୍ଦୋଷ ସେ ହୁଏ ।୬।

ହତ୍ୟାକାରୀ କହିବ କି ଟିକେ ?

ଜୀବନ କି ଦେଇପାର ତୁମେ ?

ନାସ୍ତି ବାଣୀ ଶୁଣାଉଛ ଯେଣୁ

ହତ୍ୟାକାଣ୍ଡ ଭିଆଉଛ କିଆଁ ?୭।

ହତ୍ୟାକାଣ୍ଡ ଘଟାଇବା ପରେ

ମସ୍ତିଷ୍କ ତା ସୁସ୍ଥ ଯେବେ ହୁଏ

ସମୀକ୍ଷକ ନିଜେ ନିଜେ ହୋଇ

ପଶ୍ଚାତାପେ ଦଗ୍ଧୀଭୂତ ହୁଏ ।୮।


Rate this content
Log in

Similar oriya poem from Tragedy