STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ହତଭାଗା ଜୀବନ

ହତଭାଗା ଜୀବନ

1 min
369


ହତଭାଗା  ଜୀବନ ଅତୀବ କଠିନ

ଯେଉଁଡ଼ାଳ ଧରେ ଭାଙ୍ଗେସେ ଡାଳ,

ପ୍ରତି ଟି ମୁହୂର୍ତ୍ତ କଷ୍ଟରେ କଟଇ

ଭାଗ୍ୟ ଫଳ ଯେହ୍ନେ ଶୂନ୍ୟ କେବଳ l

ଗୋଟେ ପଟେ ଭାଗ୍ୟ ଅନ୍ୟ ପଟେ କର୍ମ

ଚାଲିଥାଏ ଟଣା ଟଣି ପ୍ରବଳ,

କର୍ମ ଜିତିଗଲେ ଭାଗ୍ୟଟି ସୁଧୁରେ

ହତଭାଗା ପାଏ ମନରେ ବଳ l

ଜୀବନ ଟି ତାର କଣ୍ଟକରେ ଭରା

ପାଦେ ପାଦେ ସହେ କେତେ କଷଣ,

କେଉଁ ଜନ୍ମ ପାପ ଭୋଗୁଥାଏ ସିଏ

ଜାଣିପାରେନାହିଁ ତା ଦୁଃଖୀ ମନ l

ହତଭାଗା ଟିଏ ପିଲାଟି ଦିନରୁ

ବିଦ୍ୟାଳୟ ଛାଡି ବାସନ ଧୁଏ,

ଖଟୁଥାଏ କାହିଁ ପରଘରେ ଯାଇଁ

ଅବା କେତେବେଳେ ଜରି ଗୋଟାଏ l

ଆହା ପଦ ତାକୁ ମିଳେନି କାହାଠୁ

ଭୋକ ଯନ୍ତ୍ରଣା ଯେ ତା ସାଥୀହୁଏ,

ଅନ୍ୟରଦୟା ରପାତ୍ର ହୋଇଥାଏ

ହସିବାକୁ ଟିକେ ସେ ଭୁଲିଯାଏ l

ମନର ବଳରେ ସହି ସହି ଦୁଃଖ

ଆଗେଇ ଥାଏ ସେ ଜୀବନ ଟିରେ,

ଏକା ପ୍ରଭୁ ଦୟା ହୋଇଲେ ତାହାରେ

ଜୀବନ ଟି ତାର ଟିକେ ସୁଧୁରେ ll



Rate this content
Log in

Similar oriya poem from Inspirational