STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ହସଇ ଏ ଧରା

ହସଇ ଏ ଧରା

1 min
331


(ରାଗ:- ରାମକେରୀ)


ପୁନେଇଁ ପରବ ସମ୍ଭାର ଧୀରେ ଆସୁଛି ଧୀରେ 


ହସଇ ଶ୍ରାବଣ ଆଗମେ ଜନ ମନ ଖୁସିରେ !!


ଚତୁର୍ଦ୍ଦିଗ ଦିଶେ ସୁନ୍ଦର ଆହା ମନ ମୋହନ


ଝିପି ଝିପି ବର୍ଷା ତହିଁରେ କରେ ପ୍ରଫୁଲ୍ଲ ମନ !!


ଶ୍ରାବଣର ମାସ ଅଟେରେ ପରିତ୍ରାଣର ମାସ


ମନରେ କୃଷକ ଭାଇର ଆସେ ଖୁସି ହରଷ !!


ଧାନଗଛ ଦେଖି କୃଷକ ଗୀତ ଗାଇ ଦେଉଛି 


ମାସ ଏ ଶ୍ରାବଣ ଚାଷୀକୁ ଅତି ଖୁସି ହେଉଛି !!


ଦିଶୁ ଅଛି ନଦୀ ନାଳ ରେ ପୂର୍ଣ୍ଣ ଗର୍ଭା ସକଳ 


ନୃତ୍ୟକରେ କାଶଦଣ୍ଡୀରେ ତାଳ ବାୟୁରତାଳ !!


ଗାଆଁରୁ ସହର ଦିଶୁଛି ଉତ୍ସବରେ ମୁଖର


ଅମ୍ଳଜାନ ବହୁ ଅଛି ଟି କରି ତହିଁ ହୁଙ୍କାର!!


କୋଇଲିର ରାବ ଶୁଭୁଛି କର୍ଣ୍ଣରେ ନିରନ୍ତର 


ନାଚୁଛି ଆନନ୍ଦେ ମୟୁର ଡେଣା ମେଲାଇ ତାର!!


ଗଛ ପତ୍ର ଲତା ଦିଶୁଛି ନେତ୍ରେ ସେ ମନୋହର 


ପ୍ରଫୁଲ୍ଲିତ ହୁଏ ଶ୍ରାବଣେ ଦୃଶ୍ୟ ଦିଶେ ସୁନ୍ଦର!!


ପର୍ବ ଓ ପର୍ବାଣୀ ଆସୁଛି ପରା ଏ ମର୍ତ୍ତ୍ୟପୁର 


ଘଡଘଡି  ପୁଣି  ଶୁଭୁଛି  ଜନଜନ  କାତର !!


କଳାକାଳ ମେଘ ଧାଉଁଛି ବିଶ୍ରାମ କାହିଁ ତାର


ବଜ୍ରପାତ ହୁଏ ପୁଣି ଟି ଭୟଭୀତ ଶରୀର !!


ସଭାପତି ଉତ୍କଳ ସମ୍ମିଳନୀ ଷଢେ଼ଇକଳା ଖରସୁଆଁ


ଜିଲ୍ଲାର ରାଜନଗର ବ୍ଲକ ଶାଖା ଝାଡ଼ଖଣ୍ଡ ରାଜ୍ୟ !!


Rate this content
Log in

Similar oriya poem from Abstract