ହସ
ହସ
ଶକୁନୀ ଓଠର ହସ
ବୁଡାଇଲା କୁରୁ ବଂଶ ।
ରାଜା ମୁଖେ ଅଟହାସ
ଅହଂକାର ପରିପ୍ରକାଶ ।
କପଟି ବନ୍ଧୁର ହସ
କରିଦେବ ସର୍ବ ନାଶ ।
କପଟି ପ୍ରେମୀର ହସ
ନ ବୁଝି ପାରିଲେ ନାଶ ।
ଶତ୍ରୁ ମୁଖରେ ହସ
ଜାଣ ତୁମର ବିନାଶ।
ପିଲାଙ୍କ ମୁଖରେ ହସ
ମନୁ ଦୁଃଖ କରେ ନାଶ।
ପିତାମାତା ମୁଖେ ହସ
ସନ୍ତାନର ସର୍ବ ବିକାଶ ।
ଅନ୍ୟ ମୁଖେ ଦେଖି ହସ
ଦେଖି ରଖ ମୁଖେ ହସ ।
କାରଣ ତା' ଖୋଜି ବସ
ତା ପରେ ହସରେ ରସ ।
ପ୍ରକୃତ ଅଟେ କି କୃତ୍ରିମ ହସ
ବୁଝି ନ ପାରିଲେ କରୁଣ ରସ ।
ଦୁଃଖରେ କବିତା ହୋଇବ ଶେଷ
ଥିବ ଖାଲି ସେଥି କରୁଣ ରସ ।
ମନ ପ୍ରାଣ ଜାଳି କରି ପାଉଁଶ
ଥିବ ଖାଲି ଦୁଃଖ ଅବଶୋଷ ।