ହୃଦୟସ୍ପର୍ଶୀ ହୋଇଛି
ହୃଦୟସ୍ପର୍ଶୀ ହୋଇଛି
ରାଷ୍ଟ୍ର ପ୍ରେମ ଟି ରାଷ୍ଟ୍ର ଜନଙ୍କର
ସତ୍ୟ ଧର୍ମ ଶ୍ରଦ୍ଧା ବହୁ ଆ ଦ ର
କର୍ତ୍ତବ୍ୟ ପଥରେ ଯୁବାନିରନ୍ତର
ରାଷ୍ଟ୍ର ନିର୍ମାଣେ କର୍ମରେ ତତ୍ପର
ଅମୃତ ଏ କାଳ
ଅଙ୍କୁରିତ ଯହିଁ ନୂତନ ବଳ ।
ଉଚିତ ସମୟ ଆସିଛି ଏବେ
ନୂଆଇତିହାସ ଲେଖୁଛି ଭବେ
ଶକ୍ତିଶାଳୀ ଏବେ ରାଷ୍ଟ୍ର ଦିଶୁଛି
ଭାରତ ମହିମା ବିଶ୍ଵ ଗାଉଛି
ସମ୍ମାନ ମିଳୁଛି
ବିଶ୍ବଗୁରୁ ପରି ବିଶ୍ବ ଦେଖୁଛି ।
ଗାଆଁ ରୁ ସହର ସଜ୍ଜିତ ପରା
ଡିଜିଟାଲ ପରା ହୋଇଛି ଧରା
ଭ୍ରଷ୍ଟାଚାରୀ ବନ୍ଧୁ ବସି କାନ୍ଦୁଛି
ଲମ୍ପଟ ଜନଙ୍କ ଭୟ ଦିଶୁଛି
ନୂଆ କଳେବର
ସନାତନ ଧର୍ମ ହୁଏ ଆଦର ।
ଦେଶ ଶତ୍ରୁ ଭାଇ ଧରା ପଡନ୍ତି
ରାଷ୍ଟ୍ରର ଶାସନେ ଲୁଚି ବୁଲନ୍ତି
ନୂତନ ଉମଙ୍ଗ ବନ୍ଧୁ ଆସିଛି
କିବା ରାମରାଜ୍ୟ ଜନ ପାଇଛି
ଆତ୍ମନିର୍ଭରଟି
ଜଡ଼ିତ ପରା ଆତ୍ମବିଶ୍ବାସ ଟି ।
ଦେଉଛି ବିଶ୍ବକୁ ଶାନ୍ତିର ମନ୍ତ୍ର
ଯୁଦ୍ଧ ନାହିଁ ବନ୍ଧୁ କର୍ତ୍ତବ୍ୟ ତନ୍ତ୍ର
ଜନତାକଲ୍ୟାଣ ସେବାଟି ଆମ
ରାଷ୍ଟ୍ରକୁ ଗଢ଼ିବା ଆମରି କାମ
ମନ୍ତ୍ର ସମଭାବ
ଜନତାସେବାରେ ରଖିବା ଭାବ ।।
