Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH MUDULI

Romance Others

4  

RAKESH MUDULI

Romance Others

ହୃଦୟର ସଂଗୀତ

ହୃଦୟର ସଂଗୀତ

1 min
268


ତୁମେ ପଢ଼ କି ନ ପଢ଼

ତୁମ ପାଇଁ ଲେଖିବି ମୁଁ କବିତା

ତୁମେ ମୋ ଜୀବନର ଧାରା ।।୧।।


ତୁମେ ଦେଖ କି ନ ଦେଖ

ତୁମ ପାଇଁ କରିବି ମୁଁ ଅଭିନୟ

ତୁମେ ମୋ ମନ ପରଦାର ପରିଚୟ ।।୨।।


ତୁମେ ଧରା ଦିଅ କି ନ ଦିଅ

ତୁମ ପାଇଁ ପଛେ ଯାଏ ମୁଁ ଥକି

ତୁମେ ମୋ ହୃଦୟ ଗଗନର ପକ୍ଷୀ ।।୩।।


ତୁମେ ଶୁଣ କି ନ ଶୁଣ

ତୁମ ପାଇଁ ଗାଇବି ମୁଁ ଗୀତ

ତୁମେ ମୋ ହୃଦୟର ସଂଗୀତ ।।୪।।


ତୁମେ ବାସ କି ନ ବାସ

ତୁମକୁ ଚାହିଁ ସରି ଯାଉ ମୋ ବୟସ

ତୁମେ ମୋ ଜୀବନ ଅଗଣାର ତୁଳସୀ ବୃକ୍ଷ ।।୫।।


ତୁମେ କୁହ କି ନ କୁହ

ତୁମ କଥା ଶୁଣିବାକୁ ଚାହିଁଥିବି ବସି

ତୁମେ ମୋ ଜୀବନ ନିଃସଙ୍ଗତାର ହସଖୁସି ।।୬।।


ତୁମେ ରୁହ କି ନ ରୁହ

ତୁମ ପାଇଁ ତୋଳିବି ମୁଁ ରୂପେଲି ନଅର

ତୁମେ ମୋ ମନ ମନ୍ଦିରର ଚଳନ୍ତି ପ୍ରତିମା ।।୭।।


ତୁମେ ଚାଲ କି ନ ଚାଲ

ତୁମ ପାଇଁ ବୁଣିବି ମୁଁ ଫୁଲର ଗାଲିଚା

ତୁମେ ମୋ ଜୀବନର ପଥ ପ୍ରଦର୍ଶକ ।।୮।।



Rate this content
Log in

Similar oriya poem from Romance