STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

"ହୃଦୟର ବନ୍ଧୁ"

"ହୃଦୟର ବନ୍ଧୁ"

1 min
336


  ତୁ ତ ସୁଦାମାର ବନ୍ଧୁ

   ତୁ ତ ଗୋପ ଗୋପାଙ୍ଗନା

   ଷୋହଳ ସହସ୍ର ଗୋପୀ ଙ୍କର

     ହୃଦୟ ର ବନ୍ଧୁ

   ଗୋପର ବନ୍ଧୁ ମଥୁରା ବନ୍ଧୁ

   ଦ୍ବାରିକାନାଥ ତୁ ଦ୍ଵାରିକା ବନ୍ଧୁ

    ଜଗତ ବନ୍ଧୁ ରେ ଲବଣୀ ଖିଆ

   ଜଗତ ଯାକର

     ସଭିଙ୍କ ହୃଦୟ ର ବନ୍ଧୁ ।


    ତୁ ତ ନଟଖଟିଆ

     ଗଉଡ ଛୁଆ

    ଗାଈ ଚରାଇ ଆରେ କହ୍ନେଇ

     ସୁଦାମ ସୁବଳ ଆଦି ସଖାଙ୍କୁ

     କରୁଥିଲୁ ରେ ବାଇଆ

    ତୁ ଯେ କରୁଣା ସିନ୍ଧୁ

    କୁରୁ ସଭା ତଳେ ବସ୍ତ୍ର ଦାନ ଦେଇ

    ଦ୍ରୌପଦୀଙ୍କ ର ସାଜିଲୁ ଭକତ ବନ୍ଧୁ

    ବିଦୁର ଙ୍କ ହାତୁ ଶାଗ ଭଜା ଖାଇ

     ସାଜିଲୁ ତୁ ରେ ତାଙ୍କ ଭକ୍ତି ର ବନ୍ଧୁ

   ପୂର୍ଣ୍ଣିମା ଆକାଶ ର ତୁରେ ସ୍ବଚ୍ଛ ଇନ୍ଦୁ

     ଦୁନିଆଁ ରେ ଅଛି କହ ତୋ ପରି ବନ୍ଧୁ

    ତୁ ଯେ ଭକ୍ତର ବନ୍ଧୁ ଭକ୍ତିର ବନ୍ଧୁ

     ଭାବ ରେ ବନ୍ଧା ତୁ ଭାବର ବନ୍ଧୁ

    ଘଟରେ ଘଟରେ ତୁ ବାସ କରି

     ସାଜିଛୁ ଆରେ ତୁ 

     ସଭିଙ୍କ ହୃଦୟ ର ଅସଲି ବନ୍ଧୁ ।


   ଦୟା କ୍ଷମା ଆଉ ସମର୍ପଣ ଭାବ ଦେଖି

      ତୋ ଭକତ ପାଇଁ ତୁ ରେ କାନ୍ଦୁ

    ତୁ ଟା ହଟିଆ ତୁ ଟା ନାଟୁଆ

   ତୋ ପାଇଁ ଝୁରୁଛି ଏବେ ବି ଯମୁନା

    ତୋ ପାଇଁ ଝୁରନ୍ତି 

     ଏବେ ବି ଗୋପ ଗୋପାଙ୍ଗନା

   ଗର୍ବ ଅହଂକାର କୁ ତୁ ରେ ନିନ୍ଦୁ

    ସ୍ନେହ, ପ୍ରେମ, ଭାବ ଭକ୍ତିରେ

     ତୁ ଏ ଜଗତ ବାନ୍ଧୁ

    ଭାବ ବନ୍ଧନରେ ବନ୍ଧା

       ତୁ ରେ ଭାବ ର ବନ୍ଧୁ

    ଭକତି ଭାବରେ

      ତୋ ଭକ୍ତ ହୃଦୟର

    ସାଜୁରେ କହ୍ନେଇ 

        ଯୁଗେ ଯୁଗେ ତୁ ରେ ବନ୍ଧୁ

    ଭାବର ବନ୍ଧୁ ତୁ ଭକ୍ତିର ବନ୍ଧୁ

    ଭାବ ଭକ୍ତି ପାଇଁଁ ସାଜି ଥାଉ ତୁହି

    ତୋ ଭକ୍ତ ହୃଦୟର ବନ୍ଧୁ

   ତୁ କରୁଣା ସିନ୍ଧୁ ହେ ଜଗତ ବନ୍ଧୁ

    ତୁ ସର୍ବ ଜନଙ୍କର ହୃଦୟର ବନ୍ଧୁ

     ତୁ ଦୀନବନ୍ଧୁ ସର୍ବ ଜନ ବନ୍ଧୁ

   ଦେବ ଅବା ଦାନବ

      କିନ୍ନର ଅବା ଗନ୍ଧର୍ବ

     ଭକ୍ତି ଭାବେ ଯେ ରଖିଲା

     ତୋ ସାଥେ ଭାବ

    ତୁ ସାଜିଥାଉ ତା ଭାବର ବନ୍ଧୁ

      ତା ହୃଦୟେ ବାସ କରି

     ହେଲୁ ତୁ ତା ହୃଦୟର ବନ୍ଧୁ

     ହୃଦୟର ବନ୍ଧୁ ହୃଦୟର ବନ୍ଧୁ ।


     

 

  

     

     

     



Rate this content
Log in

Similar oriya poem from Abstract