ହୃଦୟର ଭଗ୍ନ କୋଣାର୍କ
ହୃଦୟର ଭଗ୍ନ କୋଣାର୍କ
ମନର ଆଶା ଆଉ ଭରଷା ନେଇ
ଗଢ଼ିଥିଲି ମନେ ସୌଧ ମାଳିନୀ କୋଣାର୍କ ଟିଏ
ଯେପରି ସ୍ୱପ୍ନ ଭୁକ୍ ମଣିଷ ଗଢ଼ିବସେ
ସ୍ୱପ୍ନିଳ ତାଜମହଲ ଟିଏ ।
ସ୍ନେହ , ମମତା ଆଉ ପରିଶ୍ରମକୁ
କାରିଗର ହାତରେ ନ୍ୟସ୍ତ କରିଥିଲି
ମାଟି,ଗୋଡି ଆଉ ସିମେଣ୍ଟ ବଦଳରେ
ଭଲପାଇବାର ଅଫୁରନ୍ତ ସ୍ନେହ ଭରିଦେଇଥିଲି ।
କୋଣାର୍କ ତୋଳିବା ପ୍ରାୟ ସରିଯାଇଥିଲା
କେବଳ ବାକି ରହିଥିଲା ତ
କୋଣାର୍କ ର ଦଧିନଉତି ସ୍ଥାପିବାର ଅଭିପ୍ରାୟ
ସମସ୍ତଙ୍କର ମନଭିତରେ କେତେ ଯେ ଉନ୍ମାଦନ
ଆଶା ଆଉ ଆଶଙ୍କାରେ ପରିପୂର୍ଣ୍ଣ ।
ହେଲେ କେଉଁ ଆଡୁ ମାଡ଼ିଆସିଲା କେଜାଣି
ଅନ୍ଧକାର କୁ ନେଇ ଘୋଡେଇ ହେଇଥିବା ଝଡ଼ଟିଏ
ବହିଲା ଅଣଚାଷ ବେଗରେ ପବନ
ବର୍ଷା ସାଙ୍ଗକୁ ଘଡ଼ ଘଡିର ସମ୍ଭାର
ଆଉ କ୍ଷ୍ୟଣିକରେ ଵିଧ୍ୱସ୍ତ କରିଦେଲା
କୋଣାର୍କର କଳେବର କୁ ।
ଆଖି ପିଛୁଳାକେ ସବୁ ଛାରଖାର କରିଦେଲା
ସବୁ ଶିଳ୍ପୀଙ୍କର ଆଶା ,ସ୍ୱପ୍ନ ଆଉ ପରିଶ୍ରମକୁ
ବିଲୀନ କରିଦେଲା ମାଟିରେ କୋଣାର୍କର ଅସ୍ତିତ୍ୱ କୁ
ଆଉ କାରିଗର ଙ୍କର ହୃଦୟରେ ଉଜ୍ଜୀବିତ
ଜୀବନ୍ତ କୋଣାର୍କ ର ପ୍ରତିମାଟିକୁ ।
