Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Romance Inspirational Others

4  

Chittaranjan Nanda

Romance Inspirational Others

ହୃଦୟର ଅଲେଖା କାଗଜ

ହୃଦୟର ଅଲେଖା କାଗଜ

1 min
11



ଓଠରୁ ତାହାର ମହୁଲି ଝରେ, ମଧୁ ଭରି 

ଥାଏ ତାର ହସରେ

ଗୁରୁଜନଙ୍କୁ ଯଥା ମାନ୍ୟ ଦିଏ,

ଲଘୁଜନଙ୍କୁ ବାନ୍ଧଇ ସ୍ନେହରେ ।


କଟୁ କଥା କହେନା କେବେ, ଭାରୀ 

ସହନଶୀଳତା ଗୁଣରେ 

ସ୍ନେହ ସୁନ୍ଦର ଗୁଣ ଥାଇ ଲାଜ ଲାଜ ଭାବ 

ଭର୍ତ୍ତି ଥାଏ ସରମରେ ।


ଦେଖା ହେଲା ଦିନେ ତୋର ସଂଗେ ତମରି 

ଗାଁର ଶିବ ମନ୍ଦିରରେ,

ଆଖି ମିଶିଗଲା ଆଖିର ଧାପରେ ମୋ ହୃଦୟ 

ଜିତିଲ ନିମିଷକରେ ।


ଅନେକ ଆଶା ସପନର କେତେ ଝରଣା ଝରି

ଗଲା ମୋର ମନରେ 

ତୁମେ ହେଲ ମୋର ଭାବନାର ସ୍ବପ୍ନ ଫୁଲ ଫୁଟିଲ 

ମନ ବଗିଚାରେ ।


ଆପଣାର ଭାବିଲି, ଗୋଟାପଣେ ନିଜକୁ ତୋ

ଠାରେ ସମର୍ପି ଦେଲି, 

ଘାସ ପତରରୁ ଶିଶିର ଟୋପାକୁ ମୁକ୍ତା ବୋଲି 

ଭାବି ସାଉଁଟି ନେଲି ।


ମନ ଖୋଜେ ରାତି ଦିନ, ଦେଲି ମୁଁ ସଜେଇ 

ତୁମକୁ ଏଇ ହୃଦୟରେ

ଏଇ ବୋଧେ ପ୍ରେମର, ପ୍ରତିଛବିଟିଏ ମୋର 

ଆଖିର ଆଇନାରେ ।


ମେଳି ହେଇ ଆସଇ ମନେ ଦୁଃଖ, କୋହ 

ଭରଇ ଠୁଳ ଠୁଳ ହୋଇ

ମନ ମୋର ତୋତେ ଦେଇଛି, ରହିଥିବ ସାଥି

ରେ, ଜନମ ଜନମ ପାଇଁ ।


Rate this content
Log in

Similar oriya poem from Romance