STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ହୃଦୟହୀନ

ହୃଦୟହୀନ

1 min
2.8K

କବିତା ଟି ହଜିଗଲେ ସ୍ରଷ୍ଟା ଙ୍କୁ ହୁଏ ଭାରି କଷ୍ଟ

ଦ୍ରବ୍ୟ ଯଦି ହଜିଯାଏ, ପ୍ରତିଶ୍ରୁତି ଦେଇ ହୁଏ

ହଜିଥିଲେ ଖୋଜିଦେବି, ଭାଙ୍ଗିଥିଲେ ଗଢିଦେବି

ହେଲେ କବିତା ଟି ଖୋଜିହୁଏନା କି ଗଢ଼ିହୁଏନା

ମାନସ ପଟର ନାୟିକା ସେ

କେତେବେଳେ କେଉଁ ରୂପରେ ନାଚୁଥାଏ ଯେ

ସେ ମୁହୂର୍ତ୍ତ ସବୁ ନିଆରା

ଅସରା ଲୁହ gadeilebi, ପୁଣି ସୃଷ୍ଟି କରି ହୁଏନା

ହେ ଜଗତ ସ୍ରଷ୍ଟା

ତମେ ଯେଉଁ କବିତା ସୃଷ୍ଟି କରିଛ

ଜୀବନ୍ତ, ପ୍ରାକୃତିକ ଅଥବା ସଜୀବ nirjiba

ସେସବୁ ହଜିଗଲେ ଖୋଜିଦେବେ

ଭାଙ୍ଗିଗଲେ ଯୋଡ଼ିଦେବେ

ଯଦି ହୁଏ ତାହା ପ୍ରାକୃତିକ.

କିନ୍ତୁ ଜୀବନ୍ତ ପାଇଁ?

ଆଉ ଥରେ ସେହି ଆତ୍ମା ସେହି ଶରୀର

ଫେରାଇ ଦେଇକି ପାର !

ତମକୁ ହୁଏନା କଷ୍ଟ

ଯଦି ଏମିତି ଅସମୟରେ ସବୁ ହୁଏ ନଷ୍ଟ

ତମେ କି ସଷ୍ଟ୍ରା କେଜାଣି !

ହୁଏତ ହୃଦୟ ତୁମର ପଥର

ବା ହୃଦୟଟା ଭାଙ୍ଗି ଚୁରମାର, ବା ଚୋରି ହୋଇଛି ଥରକୁଥର, ବାରବାର ବରାବର.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract