STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ହୃଦୟ

ହୃଦୟ

1 min
248



ହୃଦୟର ଦୁଃଖ ଜଣାଉଛି ପ୍ରଭୁ

   କାହଁକି ହୁଅ ନିର୍ଦ୍ଦୟ 

ଶୁଣିଥିଲି ଭକ୍ତ ଆକୁଳେ ଡାକିଲେ

   ହୋଇଥାଅ ହେ ସଦୟ।। 


ମାନବ ଜନମ ଦେଇ ପ୍ରଭୁ ତୁମେ

   ହୃଦୟ ଦେହେ ଖଞ୍ଜିଲ

ସେଇ ହୃଦୟରେ ଏତେ ଦୁଃଖ କଷ୍ଟ

   କାହିଁକି ହେ ଭରିଦେଲ।। 


ପିଲାଟି ଦିନରୁ ତୁମକୁ ସେବିଛି

  କେବେ କରିନାହିଁ ଉଣା

କାହିଁକି ପ୍ରଭୁ ହେ ଦୁଃଖ ସରେ ନାହିଁ 

  ବୋହେ ଲୁହର ଝରଣା।। 


କେତେଥର

ମୋର ହୃଦୟ ଭାଙ୍ଗିଛ

  ଦେଇଛ ଦୁଃଖ ଯାତନା

ସଂସାର ଜଞ୍ଜାଳେ କର୍ତ୍ତବ୍ୟ କରିଣ

   ତୁମକୁ କେବେ ଭୁଲେନା।। 


ଯାହା ଦୁଃଖଦେବ ଦିଅ ମୋତେ ପ୍ରଭୁ 

    ସରବେ ହୁଅନ୍ତୁ ସୁଖୀ

ହୃଦୟ ମୋହର ପ୍ରଶାନ୍ତି ଲଭିବ 

   ସଭିଙ୍କର ସୁଖ ଦେଖି।। 


ଏତିକି ସୁଦୟା କର ମହାବାହୁ

   ଜଣାଏ ପଦେ ମିନତି 

ତୁମ ନାମ ସଦା ତୁଣ୍ଡରେ ମୋର ଥାଉ

   ହୃଦୟେ ମରୁ ତୃପତି।। 




Rate this content
Log in

Similar oriya poem from Classics