STORYMIRROR

Kunja Bihari Dalai

Inspirational

4  

Kunja Bihari Dalai

Inspirational

ହୃଦୟ ମନ୍ଦିରେ ପ୍ରଭୁ

ହୃଦୟ ମନ୍ଦିରେ ପ୍ରଭୁ

1 min
250

ଜଗନ୍ନାଥଙ୍କର ଯେତକ ଭକତ

ସମାନ ନୁହଇ ଦୃଷ୍ଟି,

କିଏ ପୂଜା କରେ ଫଳ ମୂଳ ନେଇ

କେ'ବା କରେ ପୁଷ୍ପ ବୃଷ୍ଟି ।


     ଚାହିଁଥାଏ କିଏ ଚକାନୟନକୁ

     ଅଧରେ ନଜର କା'ର,

     ମୁଦ୍ରିତ ନୟନେ କିଏ ଧ୍ୟାନ କରେ

     ଧ୍ୟାୟେ କେ ଖୋଲା ଆଖିର ।


ଟଙ୍କତୋରାଣିରେ କା'ର ମନ ଥାଏ

କା'ର ପୁଣି ଅବଢ଼ାରେ,

ନିର୍ମାଲ୍ୟ ସେବନେ କିଏ ତୃପ୍ତ ହୁଏ

କେ'ବା ଛଡା ତୁଳସୀରେ ।


     ପ୍ରାତେଃ ଶ୍ରୀମନ୍ଦିର ଖୋଲା ହେବା କ୍ଷଣି

     ଜଗା ଦରଶନ ପାଇଁ,

     ଲୋକଙ୍କ ଗହଣେ ଅନ୍ଧଟିଏ ଆସି

     ବସିଛି ଜଗା କୁ ଧ୍ୟାୟୀ।


ଅନ୍ଧଟିକୁ ଦେଖି ମନ୍ଦିର ଭିତରେ  

ଲୋକେ କୁହାକୁହି ହେଲେ,

ଆଖି ନାହିଁ ତୋର କଣ ଦେଖିବାକୁ

ଆସିଛୁ ଏଠିକି ଭଲେ ।


    ମୃଦୁ ହସ ହସି କହେ ସେ ଅନ୍ଧଟି

    ଆଖି ନାହିଁ କ'ଣ ହେଲା,

    ମୁଁ ସିନା ପ୍ରଭୁଙ୍କୁ ଦେଖି ପାରିବିନି

    ସେ ମୋତେ ଦେଖିଲେ ହେଲା ।


"ଦୃଷ୍ଟି ନୁହେଁ ଦୃଷ୍ଟିକୋଣ ଠିକ୍ ହେବା"

ନିହାତି ଜରୁରୀ ଭାଇ,

ସଦ୍‌ଭାବନାରେ ତା'ପାଶେ ଆସିଲେ

ନିରାଶ କରିବ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational