Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Abstract Others

4  

Bidulata Sahoo

Abstract Others

ହୋଲି ଆସିଛି

ହୋଲି ଆସିଛି

1 min
326



ଫଗୁଣ ଆସିଛି ମଧୁ ବରଷୁଛି

             ମଧୁମଧୁ ଲାଗେ ଧରା,

ଦିନଲାଗେ ତାର ଯେତିକି ସୁନ୍ଦର

           ରାତି ତାହା ଠାରୁ ତୋରା |

ସବୁଜପତରେ ପଠାଇଛି ଚିଠି

           ବସନ୍ତ କୋଇଲି ପାଶେ,

କୁହୁକୁହୁ ଗାଇ ଉତ୍ତର ଦେଉଛି

           କୋଇଲି ତା ମଧୁ କଣ୍ଠେ |

ଚମ୍ପା,ଚମେଲିରେ ଗଭାକୁ ସଜେଇ

             ଶିମିଳିକୁ ମାଖି ଓଠେ,

ପ୍ରକୃତି ବସିଛି ବଧୂବେଶ ସାଜି

              ଆସିବ କି ପ୍ରିୟ ସତେ ?

ମଳୟ ବହୁଛି ଶୀତ ଯାଇଅଛି

             ଆସିନାହିଁ ଏବେ ଖରା,

ଫୁଲଫୁଟିଅଛି ବାସ ଚହଟୁଛି

             ଅପରୂପ ଲାଗେ ଧରା |

ଗାଆଁରେ ଗାଆଁରେ ଦିଅଁ ଭୋଗଖିଆ

              ବିମାନରେ ବୁଲିବୁଲି,

ଠାକୁରମେଳନ ବନ୍ଧୁପରିଜନ

             ସଭିଙ୍କର ହୁଏ ମେଳି |

କେଡେ ସୁନ୍ଦର ଏ ପରମ୍ପରା ସତେ

           ଦୋଳପରେ ଆସେ ହୋଲି,

ଛୋଟଠାରୁ ବଡ ଖେଳରେ ମାତନ୍ତି

              ଦେହରେ ଅବିର ବୋଳି |

ସବୁରି ଦେହ ଓ ମନକୁ ଭିଜାଇ

             ଆସିଛିରେ ଆଜି ହୋଲି,

ଭାଇଚାରା ବୁଣି ଖୁସି ବାଣ୍ଟିବାଣ୍ଟି

             ଧରାରୁ ଯିବସେ ଚାଲି |


Rate this content
Log in

Similar oriya poem from Abstract