ହୋଇ ପାରେନି ସେ
ହୋଇ ପାରେନି ସେ
ହୋଇ ପାରେନି ସେ କାହାଠି ଋଣୀ
ତାହାକୁ ସମସ୍ତେ ଅଛନ୍ତି ଜାଣି ।
ତାହା ପାଇଁ ଆମ ଜୀବନ ଅଧୁରା
ସିଏ ତ ଆମର ପ୍ରକୃତି ରାଣୀ ।
ରହେନି କେବେ ସେ କାହାଠି ଋଣୀ ।
ଚିର ସ୍ରୋତସ୍ବନୀ ସେ ନିର୍ଝରିଣୀ
ସବୁଜ ଶ୍ୟାମଳେ ହସେ ଧରଣୀ ।
ଦିଏ ଫୁଲ ଫଳ ଛାଇ ଅଗ୍ରଣୀ
ପାଉ ଅମ୍ଳଜାନ ପାରିଛୁ ଜାଣି
ସିଏ ତ ନ ଥିଲେ ବଞ୍ଚିବା ସମ୍ଭବ
ହୁଅନ୍ତା ନି ମନେ ହେଉଛୁ ଗୁଣି ।
ରୁହେନି କେବେ ସେ କାହାଠି ଋଣୀ ।
ତପନ ଦିଅଇ ଆଲୋକ ବୁଣି
ଉତ୍ତାପେ ବଞ୍ଚିଛୁ ପାରୁଛୁ ଜାଣି ।
ଚନ୍ଦ୍ର ଜୋଛନାରେ ଶୀତଳ ଖଣି
ବିତେଇ ଦେଇଛୁ କେତେ ରଜନୀ ।
ବାସ କରି ଅଛୁ ତୃଷ୍ଣା ନିବାରିଛୁ
ଔଷଧ ସେବନେ ଆରୋଗ୍ଯ ପୁଣି ।
ହୋଇ ପାରେନି ସେ କାହାଠି ଋଣୀ ।
ଜଳ ,ସ୍ଥଳ, ବାୟୁ, ଆକାଶ ଅଗ୍ନି
କନ୍ୟା, ଜାୟା ,ସିଏ ଜନନୀ ,ଭଗ୍ନି ।
ମାଟି ମାଆ , କ୍ଷେତ ବରଷା ରାଣୀ
ପିତା, ମାତା, ଗୁରୁ ଗୋମାତା ପୁଣି ।
ନିଜକୁ ଉତ୍ସର୍ଗ କରି ଦେଇଥାନ୍ତି
ତିଷ୍ଠି ପାରୁଅଛୁ ପାରୁଛୁ ଜାଣି ।
ହୁଅନ୍ତି ନି ସିଏ କାହାଠି ଋଣୀ ।
ଆକାଶରୁ ଝରେ ବରଷା ପାଣି
ତା ପାଇଁ ହସଇ ପ୍ରକୃତି ରାଣୀ ।
ମହୁ ମାଛି ମହୁ ରଖଇ ଆଣି
ତାକୁ ଖାଇ ନର ଆରୋଗ୍ଯ ପୁଣି ।
ବୀର ସଇନିକ ପାଇଁ ନିର୍ଭୟରେ
ବଞ୍ଚିବା ଶିଖିକି ଦେଖାଉ ଠାଣି ।
ହେଇ ପାରେନି ସେ କାହାଠି ଋଣୀ ।
କୃଷକ ଭାଇର କ୍ଷେତର ଖଣି
ଆହାର ଯୋଗାଏ ମନକୁ ଜାଣି ।
ଦେବା ଦେବୀ ପ୍ରଭୁ ସେ ଠାକୁରାଣୀ
ଭକତଙ୍କର ସେ ମଉଡ ମଣି ।
ତାଙ୍କ ପାଇଁ ଆଜି ଦୁନିଆ ହସୁଛି
ପାର କରନ୍ତି ଭବ ତରଙ୍ଗିଣୀ ।
ହୋଇ ପାରେନି ସେ କାହାଠି ଋଣୀ ।
