STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ହନୁମାନ ଜନ୍ମଦିନ

ହନୁମାନ ଜନ୍ମଦିନ

1 min
129


ଚୈତ୍ର ଶୁକ୍ଳ ପକ୍ଷ ପୂର୍ଣ୍ଣିମାର ତିଥି

   ହନୁମାନ ଜନ୍ମଦିନ

ଛଅ ତାରିଖଟି ଅପ୍ରେଲ ମାସର

   ଅଞ୍ଜନା ଗର୍ଭରୁ ଜନ୍ମ!!


ଚୈତ୍ର ଶୁକ୍ଳ ପକ୍ଷ


ହନୁମାନ ମୟ ପବିତ୍ର ଭାରତ

  ଶ୍ରେଷ୍ଠ ଭକ୍ତ ରାମଙ୍କର

ତାଙ୍କରି ପୂଜନେ ଉତ୍ସାହିତ ଭକ୍ତ

  ବହୁଛି ପ୍ରେମ ସାଗର !!


ଚୈତ୍ର ଶୁକ୍ଳ ପକ୍ଷ


ହନୁମାନଙ୍କର ଚାଳିସା ଗୁଞ୍ଜନେ

   ଧରା ଆଜି ଭକ୍ତିମୟ

ମନ୍ଦିର ତାଙ୍କର ସୁସଜ୍ଜିତ ଆଜି

   ଦିଶୁ ଅଛି ସ୍ବର୍ଣ୍ଣମୟ !!


ଚୈତ୍ର ଶୁକ୍ଳ ପକ୍ଷ


ଚଲା ପଥ ମୋର କର ଶୁଭମୟ

  ସମସ୍ୟା କରହେ ଦୂର

ରାଷ୍ଟ୍ରର ମଙ୍ଗଳ କର ଭକ୍ତ ଶ୍ରେଷ୍ଠ

  କର କଲ୍ୟାଣ ଜନର !!


ଚୈତ୍ର ଶୁକ୍ଳ ପକ୍ଷ


ଖୁସି ଓ ଆନନ୍ଦେ ରୁହନ୍ତୁ ଜନତା

  ତୁମ ଆଶୀର୍ବାଦ ରହୁ

କର ଶକ୍ତିଶାଳୀ ପବିତ୍ର ରାଷ୍ଟ୍ର କୁ

  କାହାରି ନିଅଁଟ ନହୁ !!


ଚୈତ୍ର ଶୁକ୍ଳ ପକ୍ଷ


ଭକ୍ତର ଭକ୍ତିରେ ପ୍ରଭୁଙ୍କର ପ୍ରାପ୍ତି

   ଶାସ୍ତ୍ରରୁ ମୁହିଁ ଜାଣିଛି

କରହେ କରୁଣା ଅଞ୍ଜନାର ପୁତ୍ର

   ନିତିଟି ଭକ୍ତି କରୁଛି !!


ଚୈତ୍ର ଶୁକ୍ଳ ପକ୍ଷ


ମନୁଷ୍ୟ ଜୀବନ କରହେ ସାର୍ଥକ

  ସମ୍ଭବ ତବ କୃପାରୁ

ଚଲାପଥେ ମୋର ନରହୁ କଳଙ୍କ 

  ଦୂର କର ସ୍ବାମୀ ଶୂରୁ !!


ଚୈତ୍ର ଶୁକ୍ଳ ପକ୍ଷ


ପ୍ରଭୁ ଭକ୍ତ ତୁମେ ନାମ ଗୁଞ୍ଜୁ ଅଛି

  ମାରୁତି ନାମଟି ତୁମ

ହୃଦେଗୁଞ୍ଜୁ ଅଛି ହନୁ ହନୁ ମୋର

   ତୁମରି ଆଜି ଜନମ !!


ଚୈତ୍ର ଶୁକ୍ଳ ପକ୍ଷ


ନିଷ୍କାସିତ କର ଅଧର୍ମ କର୍ମକୁ

  ଭରି ଦିଅ ସତ୍ୟ ଧର୍ମ

ହରେ କୃଷ୍ଣ ରାମ ହୃଦୟରେ ଗୁଞ୍ଜୁ

  ପ୍ରେମପ୍ରୀତି ସତ୍ୟକର୍ମ !!


ଚୈତ୍ର ଶୁକ୍ଳ ପକ୍ଷ


ତବ ଭକ୍ତି ହନୁ ନିରନ୍ତରେ ରହୁ

  ସତ୍ୟ କର୍ମେ ମନ ରହୁ

ଅଶାନ୍ତ ମନକୁ ଶାନ୍ତି କରି ଦିଅ

  ଭକ୍ତି ତୋଚରଣେ ବହୁ !!


ଚୈତ୍ର ଶୁକ୍ଳ ପକ୍ଷ



Rate this content
Log in

Similar oriya poem from Abstract