Lata Behera

Abstract

4  

Lata Behera

Abstract

ହଜିଲା ଦିନ ସ୍ମତିରୁ ପଦେ

ହଜିଲା ଦିନ ସ୍ମତିରୁ ପଦେ

1 min
6



ହଜିଲା ଅତୀତ ଆଣିଛି ସାଉଁଟି 

    ଅତୀତର ସ୍ମୃତି ଟିଏ

ଅତୀତର ଯୋଉ ଜିନିଷଟି ତାର

   ଦୃଶ୍ୟପଟେ ରହି ଥାଏ ।


ତାହା ପାଇଁ ସିଏ ଦୁନିଆ ଆଲୋକ 

   ଟିକେ ଟିକେ ଦେଖୁଥାଏ

ସିଏ ଯେତେବେଳେ ଭାଙ୍ଗି ଯାଇଥାଇ

   ଆଲୋଡା ହୁଅଇ ଇଏ ।


ଆଖିର ଆଗରେ ରହିଥାଏ ସିଏ

   ଦୁନିଆକୁ ଦେଖୁଥାଏ 

ସିଏ ତ ନ ଥିଲେ ଏ ସାରା ଦୁନିଆ 

   ଅନ୍ଧକାର ତାକୁ ହୁଏ ।


କେତେ ଶରଧାରେ କେତେ ଯତନରେ

   ତାକୁ ପାଖେ ରଖାଯାଏ

ଯୁଆଡେ ଗଲେବି ସାଥେ ନିଆଯାଏ

   ପକେଟରେ ରହି ଥାଏ ।


ଏବେବି ଅତୀତ ଭଙ୍ଗା ଚଷମାଟି

    ଅଜାଙ୍କ ପାଖରେ ଥାଏ

ନୂଆ ଚଷମାଟି ଯେତେ କିଣା ହେଉ 

   ୟା ସ୍ମୃତି ନିଆରା ହୁଏ ।


ପ୍ରଥମ ଦରମା ପ୍ରଥମ ପ୍ରେମର

    ପ୍ରଥମ ଚଷମା ଇଏ

ଭରି ରହିଅଛି ଅନେକ ଯେ ସ୍ମୁତି 

   ତାହାକୁ ନା ଭୁଲି ହୁଏ ।


ବାପା ଜେଜେବାପା ଅମଳର ସ୍ମୃତି 

   ଭଙ୍ଗା ଚଷମାଟି ଇଏ

ଭାଙ୍ଗି ଗଲା ପରେ ମାଡ ହେଇଥିଲା

   ଚିଠିରୁ ତ ଜଣାଯାଏ ।


ଅଲୋଡା ହେଲେବି ସେ ଭଙ୍ଗା ଚଷମା

   ଅଜାଙ୍କ ପାଖରେ ଥାଏ

କିଏ ବା କହିବ ସେ ଭଙ୍ଗା ଚଷମା

   ଅଦରକାରୀଟି ହୁଏ ।


ଏ ଭଙ୍ଗା ଚଷମା ଗୁଢ ରହସ୍ୟଟି

   ଭଲ ଶିକ୍ଷା ଦେଇଥାଏ

ବାସ୍ତବ ଜୀବନ ସହିତ ତୁଳନା

   ଜଡିତ ରହିଛି ଇଏ ।


ଘରର ମୁରବୀ ବୃଦ୍ଧବୃଦ୍ଧା ହେଲେ 

   ବାସିରେ ପଚାରେ କିଏ

ଭଙ୍ଗା ଚଷାର କାଚ ପରି ତାଙ୍କୁ

   ବାହାରେ ଫୋପଡା ଯାଏ ।


ବୁଢା ବୁଢୀ ହେଲେ ବାପା ମାଆ ମଧ୍ୟ 

    ଘର ମେରୁଦଣ୍ଡ ସିଏ

ତାଙ୍କ ପାଇଁ ଘର ମଜବୁତ୍ ଥାଏ

    ନା ଭୁଷୁଡି ପଡି ଥାଏ ।


ବୃଦ୍ଧ ବୃଦ୍ଧା ହେଲେ ଭଙ୍ଗା ଚଷମାର

    ଆଖ୍ୟା ଦେଉଥାନ୍ତି କିଏ

ଅଯଥା କିଏ ସେ ପୋଷିବ ଏହାଙ୍କୁ

    ବୃଦ୍ଧାଶ୍ରମେ ଛାଡି ଦିଏ ।


ଏକେଲା ପଣରେ ନ ମିଳିବା ସ୍ଥାନେ

    ଅଭାବଟି ଜଣାଯାଏ

ଭଙ୍ଗା ଚଷାଟି ସେଇ ସମୟରେ 

   ସାହାରା ପାଲଟି ଥାଏ ।


ଛୋଟ ଲାଗୁଥାଏ ଅନୁଭବ ଆସେ

   କେତେ ଉପକାରୀ ଇଏ

କେତେ ସେ ମହତ୍ କେତେ ସେ ଜରୁରୀ 

   ମୂଲ୍ୟ ଜଣା ପଡିଥାଏ ।


ଭଙ୍ଗା ଚଷମାର ମହତ୍ତ୍ଵଟି କେତେ

    ଏଇଠାରୁ ବୁଝା ଯାଏ

ଠିକଣା ବେଳାରେ ସାହାରା ପାଲଟି

    ଜୀବନ ପାଲଟେ ସିଏ ।।


Rate this content
Log in

Similar oriya poem from Abstract