ହଜିଲା ଦିନ ସ୍ମତିରୁ ପଦେ
ହଜିଲା ଦିନ ସ୍ମତିରୁ ପଦେ
ହଜିଲା ଅତୀତ ଆଣିଛି ସାଉଁଟି
ଅତୀତର ସ୍ମୃତି ଟିଏ
ଅତୀତର ଯୋଉ ଜିନିଷଟି ତାର
ଦୃଶ୍ୟପଟେ ରହି ଥାଏ ।
ତାହା ପାଇଁ ସିଏ ଦୁନିଆ ଆଲୋକ
ଟିକେ ଟିକେ ଦେଖୁଥାଏ
ସିଏ ଯେତେବେଳେ ଭାଙ୍ଗି ଯାଇଥାଇ
ଆଲୋଡା ହୁଅଇ ଇଏ ।
ଆଖିର ଆଗରେ ରହିଥାଏ ସିଏ
ଦୁନିଆକୁ ଦେଖୁଥାଏ
ସିଏ ତ ନ ଥିଲେ ଏ ସାରା ଦୁନିଆ
ଅନ୍ଧକାର ତାକୁ ହୁଏ ।
କେତେ ଶରଧାରେ କେତେ ଯତନରେ
ତାକୁ ପାଖେ ରଖାଯାଏ
ଯୁଆଡେ ଗଲେବି ସାଥେ ନିଆଯାଏ
ପକେଟରେ ରହି ଥାଏ ।
ଏବେବି ଅତୀତ ଭଙ୍ଗା ଚଷମାଟି
ଅଜାଙ୍କ ପାଖରେ ଥାଏ
ନୂଆ ଚଷମାଟି ଯେତେ କିଣା ହେଉ
ୟା ସ୍ମୃତି ନିଆରା ହୁଏ ।
ପ୍ରଥମ ଦରମା ପ୍ରଥମ ପ୍ରେମର
ପ୍ରଥମ ଚଷମା ଇଏ
ଭରି ରହିଅଛି ଅନେକ ଯେ ସ୍ମୁତି
ତାହାକୁ ନା ଭୁଲି ହୁଏ ।
ବାପା ଜେଜେବାପା ଅମଳର ସ୍ମୃତି
ଭଙ୍ଗା ଚଷମାଟି ଇଏ
ଭାଙ୍ଗି ଗଲା ପରେ ମାଡ ହେଇଥିଲା
ଚିଠିରୁ ତ ଜଣାଯାଏ ।
ଅଲୋଡା ହେଲେବି ସେ ଭଙ୍ଗା ଚଷମା
ଅଜାଙ୍କ ପାଖରେ ଥାଏ
କିଏ ବା କହିବ ସେ ଭଙ୍ଗା ଚଷମା
ଅଦରକାରୀଟି ହୁଏ ।
ଏ ଭଙ୍ଗା ଚଷମା ଗୁଢ ରହସ୍ୟଟି
ଭଲ ଶିକ୍ଷା ଦେଇଥାଏ
ବାସ୍ତବ ଜୀବନ ସହିତ ତୁଳନା
ଜଡିତ ରହିଛି ଇଏ ।
ଘରର ମୁରବୀ ବୃଦ୍ଧବୃଦ୍ଧା ହେଲେ
ବାସିରେ ପଚାରେ କିଏ
ଭଙ୍ଗା ଚଷାର କାଚ ପରି ତାଙ୍କୁ
ବାହାରେ ଫୋପଡା ଯାଏ ।
ବୁଢା ବୁଢୀ ହେଲେ ବାପା ମାଆ ମଧ୍ୟ
ଘର ମେରୁଦଣ୍ଡ ସିଏ
ତାଙ୍କ ପାଇଁ ଘର ମଜବୁତ୍ ଥାଏ
ନା ଭୁଷୁଡି ପଡି ଥାଏ ।
ବୃଦ୍ଧ ବୃଦ୍ଧା ହେଲେ ଭଙ୍ଗା ଚଷମାର
ଆଖ୍ୟା ଦେଉଥାନ୍ତି କିଏ
ଅଯଥା କିଏ ସେ ପୋଷିବ ଏହାଙ୍କୁ
ବୃଦ୍ଧାଶ୍ରମେ ଛାଡି ଦିଏ ।
ଏକେଲା ପଣରେ ନ ମିଳିବା ସ୍ଥାନେ
ଅଭାବଟି ଜଣାଯାଏ
ଭଙ୍ଗା ଚଷାଟି ସେଇ ସମୟରେ
ସାହାରା ପାଲଟି ଥାଏ ।
ଛୋଟ ଲାଗୁଥାଏ ଅନୁଭବ ଆସେ
କେତେ ଉପକାରୀ ଇଏ
କେତେ ସେ ମହତ୍ କେତେ ସେ ଜରୁରୀ
ମୂଲ୍ୟ ଜଣା ପଡିଥାଏ ।
ଭଙ୍ଗା ଚଷମାର ମହତ୍ତ୍ଵଟି କେତେ
ଏଇଠାରୁ ବୁଝା ଯାଏ
ଠିକଣା ବେଳାରେ ସାହାରା ପାଲଟି
ଜୀବନ ପାଲଟେ ସିଏ ।।
