ହଜିଲା ଦିନ ସ୍ମତିରୁ ପଦେ
ହଜିଲା ଦିନ ସ୍ମତିରୁ ପଦେ
୍
ହଜିଲା ଦିନର ସ୍ମୁତି କବିତାରେ
ମୋଗଲ ତାମସା ଏହି
ଏତେ ଚାକଚକ୍ୟ ଏତେ ମନୋରମ
ମନ ସିଏ ନିଏ ମୋହି ।
ବେଶଭୂଷା ସାଥେ ସାଜସଜ୍ଜା ତାଙ୍କ
ଚିତାକର୍ଷକଟି ତହିଁ
ସଙ୍ଗୀତ ସୁରରେ ଝଙ୍କାର ମୂର୍ଚ୍ଛନା
ବିମୋହିତ କରେ ମହୀ ।
ଆକବରଙ୍କର ଶାସନ କାଳରେ
ରାଜ ଦରବାରେ ତହିଁ
ଗଜଲ ସହିତ ବାଜା ତାଳ ବାଦ୍ୟ
ମୋଗଲ ତାମସା ଏହି ।
ଗଜଲ ସଙ୍ଗୀତ ପାଦ ତାଳ ଛନ୍ଦ
ଆଖି ଟାଣି ନିଏ ତହିଁ
ବିଭୋର କରଇ ସେ ଆକୃଷ୍ଟ ନୃତ୍ୟ
ହୃଦୟରେ ଯାଏ ରହି ।
ପଲ୍ଲୀ ଓ ନଗର ଗାଆଁ ଓ ସହର
ନୃତ୍ୟ କରୁଥାନ୍ତି ସେହି
ଲାଗେ ତ ଯେମିତି ସରଗ ପରୀଟି
ଓହ୍ଲାଇ ଆସିଛି ମହୀ ।
ପରିବେଷଣ ସେ କରନ୍ତି ଏମିତି
ପାଦ ଟିକେ ଘୁଞ୍ଚେ ନାହିଁ
ଯିଏ ଦେଖୁଥାଏ ସିଏ ରହୁଥାଏ
ଅପଲକ ନେତ୍ରେ ଚାହିଁ ।
ମୋଗଲ ତାମସା ମାଧ୍ୟମରେ କେତେ
ପେଟ ପୋଷୁଥାନ୍ତି ତହିଁ
ନିଜ ପରମ୍ପରା ପ୍ରଥାକୁ ସେମାନେ
ଉଜ୍ଜୀବିତ କରି ମହୀ ।
ମନ ମୁଗ୍ଧକର ମୋଗଲ ତାମସା
ଅଭୁଲା ସ୍ମୃତିଟି ଏହି
ହୃଦୟେ ତରଙ୍ଗ ସୃଷ୍ଟି ହେଉଥାଏ
ଭୁଲି ପାରନ୍ତି କେହି ।
ଆଣିଛି ସାଉଁଟି ସେ ମୋଗଲ ସ୍ମୃତି
ସାହିତ୍ୟ ସଂସଦ ଏହି
ଶରତ ଭାଇଙ୍କ ପ୍ରଚେଷ୍ଟା ବଳରେ
ଲେଖନୀ ଚାଲୁଛି ତହିଁ ।
ଶତକୋଟି ଧନ୍ୟବାଦ ଦେଉଅଛି
ପ୍ରଣିପାତ କରେ ମୁହିଁ
ଏମିତି ସୁନ୍ଦର ଏ ହଜିଲା ସ୍ମୃତି
ସବୁ ମନ ନିଏ ମୋହି ।
