ହଜିଲା ଦିନ ସ୍ମତିରୁ ପଦେ
ହଜିଲା ଦିନ ସ୍ମତିରୁ ପଦେ
ହଜିଲା ଦିନର ସ୍ମୁତି କବିତାରେ
ମେଢ ନାଚର ଏ ଗୀତି
କଟକ ପ୍ରସିଦ୍ଧ ଏଇ ମେଢ ନାଚ
ହୁଏନି କେବେ ସେ ଇତି ।
ମନେ ଆଣି ଦିଏ ଅନେକ ସ୍ମୃତି ସେ
ଆଣେ କେତେ ଅନୁଭୂତି
ରୋଷଣୀରେ ଚଢି ମେଢ ଆସୁଥାଏ
ଝରେ କେତେ ମିଠା ସ୍ମୃତି ।
ଦୁର୍ଗାପୂଜା ହୁଏ ସାଜସଜ୍ଜା ଥାଏ
ଦୁଲୁକି ଉଠଇ ଛାତି
ସବୁ ମେଢ ଯାକ ଏକାଠି ହୁଅନ୍ତି
ଭୁଲି ହୁଏନି ସେ ସ୍ମୃତି ।
ପୁରୀଘାଟ ଥାନା ଦେବୀଗଡା ଠାରେ
ଏକତ୍ରିତ ହୋନ୍ତି ରାତି
ଲୋକାରଣ୍ୟ ପରିପୂର୍ଣ୍ଣ ହୋଇ ଥାଏ
ମନରେ ନ ଥାଏ ଭୀତି ।
ମେଢ ନାଚ ସାଥେ ବାଜା ବାଦ୍ୟ ଗୀତେ
କମ୍ପି ଉଠଇ ଧରିତ୍ରୀ
ମଦ ପିଇ କିଏ କେତେ ନାଚୁ ଥାନ୍ତି
ଉଲ୍ଲାସ ମନରେ ଅତି ।
ମେଢ ପରି ମୁଖା ମୁଖରେ କେ ବାନ୍ଧି
ନାଚରେ ଥାଆନ୍ତି ମାତି
ଏମିତି ସୁନ୍ଦର ନାଚି ଥାନ୍ତି ସିଏ
ହୃଦୟ ଯାଆନ୍ତି ଜିତି ।
ଏଇ ଦୁର୍ଗା ପୂଜା ଭସାଣି ଉତ୍ସବ
ପରମ୍ପରା ରୀତି ନିତି
ଅତୀତରେ ଥିଲା ଏବେବି ରହିଛି
ରହିବ ସେ ହେଇ ସ୍ମୃତି ।
ସେ ଅଲିଭା ସ୍ମୃତି ସାଉଁଟି ଆଣୁଛି
ସାହିତ୍ୟର କଳାକୃତି
ପ୍ରତି ଲେଖନୀରୁ ନିସୃତ ହେଉଛି
ହଜିଲା ଅତୀତ ସ୍ମୃତି ।
