STORYMIRROR

Lata Behera

Abstract

4  

Lata Behera

Abstract

*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:

*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:

1 min
4

*ହଜିଲା ଦିନ ସ୍ମତିରୁ ପଦେ*

    *କବିତା ମାଳା ଶୀର୍ଷକ: -*

🌹❤ *ରାମଲୀଳା*❤🌹

*************************

       ଲତା ବେହେରା ।

     ^^^^^^^^^^^^^^^^^^

ହଜିଲା ଦିନର ସ୍ମୁତି କବିତାରେ

    ରାମଲୀଳା ନାଚ ଏଇ

ଆଣିଛି ସାଉଁଟି ସାହିତ୍ୟ ସଂସଦ 

    ସବୁ ହୃଦୟକୁ ଛୁଇଁ ।


ଅତୀତ ଦିନର ସେଇ ରାମଲୀଳା 

    କେତେ ଖୁସି ଆଣି ଥାଇ

ଗାଆଁ ଗାଆଁମାନେ ଶିଖି ରାମ ଲୀଳା

    ମଞ୍ଚସ୍ଥ କରନ୍ତି ସେଇ ।


ରାମାୟଣର ସେ ସୀତା ଚୋରି ଗାଥା

     ଆଖଡେ ଶିଖନ୍ତି ସେଇ

ଶିଖି ଗଲା ପରେ ନାଚ ମଣ୍ଡପରେ

    ନାଚ ସେ କରନ୍ତି ଯାଇ ।


 ରାବଣ ସୀତାଙ୍କୁ ଚୋରି କରି ନେଇ

    ଅଟ୍ଟହାସ୍ୟ କରୁ ଥାଇ

ସୀତାଙ୍କ କ୍ରନ୍ଦନେ ହୃଦୟ ଥରଇ

    ଜଟା ପଥ ଓଗାଳଇ ।


ଜଟାୟୁକୁ ମାରି ଅଶୋକ ବନରେ

    ସୀତାଙ୍କୁ ରଖନ୍ତି ନେଇ

ହରିଣକୁ ମାରି ଜଟାୟୁଠୁ ରାମ

    ସୀତାଙ୍କ ବାରତା ପାଇ ।


ସୁଗ୍ରୀବଙ୍କ ସଙ୍ଗେ ମଇତ୍ର ହୋଇଣ

    ବାଳିକୁ ମାରନ୍ତି ଯାଇ

ହନୁମାନ ଯାଇ ସୀତାଙ୍କ ବାରତା 

    ଲଙ୍କାରୁ ଆସନ୍ତି ନେଇ ।


ପବନ ନନ୍ଦନ ବୀର ହନୁମାନ 

   ଲଙ୍କା ପୋଡି ହସୁଥାଇ

ସେଇ ଦୃଶ୍ୟ ସତେ ଏତେ ଖୁସି ଲାଗେ

    ହାତ ତାଳି ମାରୁ ଥାଇ ।


ସାଗରରେ ସେତୁ ବାନ୍ଧିଲେ ରାବଣ

    ଆସେ ନିମନ୍ତ୍ରଣ ପାଇ 

ସେଇ ସେତୁ ବନ୍ଧ ବିଶ୍ରବା ନନ୍ଦନ 

    ପ୍ରତିଷ୍ଠାଟି କରି ଥାଇ ।


ବିଭୀଷଣ ଆସି ଶରଣ ପଶିଲା

   ମଲା କୁମ୍ଭକର୍ଣ୍ଣ ଭାଇ 

ଲକ୍ଷ୍ମଣଙ୍କ ଶକ୍ତି ଭେଦରେ ମାରୁତି

   ବିଶଲ୍ୟକରଣୀ ନେଇ ।


ବଞ୍ଚିଲେ ଲକ୍ଷ୍ମଣ ମଲା ମେଘନାଦ

    ରାବଣଟି ଏକା ହେଇ

ସମର କରଇ ମହାଘୋର ତର

   ମାୟା ଆଚରିଲା ସେଇ ।


ନବରାତ୍ର ପୂଜା କରିଲେ ଶ୍ରୀରାମ

   ଶହେ ଆଠ ପଦ୍ମ ଦେଇ

ଏକ ନୀଳ ପଦ୍ମ ନେଇ ଗଲେ ମାଆ

   ଶ୍ରୀରାମ ବ୍ୟଥିତ ହେଇ ।


ନୟନ ତାଡନ୍ତେ ରାଜୀବ ଲୋଚନ

   ଦୁର୍ଗା ଆବିର୍ଭୂତା ହେଇ

ରାବଣକୁ ମାରି ସୀତାଙ୍କୁ ଉଦ୍ଧାର 

   ଏଇ ବର ଗଲେ ଦେଇ ।


ବ୍ରାହ୍ମଣ ବେଶରେ ମାରୁତି ଚଳିଲେ

    ମନ୍ଦୋଦରୀ ପାଶେ ଯାଇ

ଛଳନା କପଟେ ବ୍ରହ୍ମ ଅସ୍ତ୍ର ଆଣି

    ଶ୍ରୀରାମଙ୍କୁ ଦେଲେ ନେଇ ।


ସେଇ ବ୍ରହ୍ମ ଅସ୍ତ୍ରେ ରାବଣକୁ ମାରି 

   ସୀତାଙ୍କୁ ଆସିଲେ ନେଇ

କେତେ ସୁନ୍ଦର ସେ କରନ୍ତି ମଞ୍ଚସ୍ଥ 

   ମନ ଜମା ଛାଡେ ନାହିଁ ।


ଏବେବି ମନରେ ସେଇ ରାମଲୀଳା

   ଆଖିରେ ଯେ ନାଚୁ ଥାଇ

ପୁଷ୍ପକ ବିମାନେ ରାବଣର ବେଶ

   ମନରୁ ନା ଭୁଲି ହେଇ ।


 ପୁଅଟି ଯେ ଶାଢୀ ପିନ୍ଧି ସୀତାଙ୍କର    

    ଅଭିନୟ କରିଥାଇ

ଏବେ ସେଇ ଦୃଶ୍ୟ ହଜିଲା ସ୍ମୃତିଟି

    ଯାଉଛି ବିଲୋପ ହେଇ ।

"""""""""""""""""""""""""""""""""""""""

     ଲତା ବେହେରା ।

     ଜକା, ଢେଙ୍କାନାଳ ।

🌹🌺❤🙏❤🌺🌹✍️


Rate this content
Log in

Similar oriya poem from Abstract