*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:
*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:
ହଜିଲା ଦିନର ସ୍ମୁତି କବିତାରେ
ଲଉଡି ଖେଳଟି ଏହି
ଆକର୍ଷଣୀୟଟି ହେଇଥାଏ ବେଶୀ
ମନକୁ ନିଏ ସେ ମୋହି ।
ବସନ୍ତ ଋତୁର ପ୍ରଥମ ମାସଟି
ଫଗୁଣ ନାମଟି ବହି
ମାସ ଆରମ୍ଭରୁ ଲଉଡିକୁ ପୂଜି
ଖେଳଟି ଶିଖନ୍ତି ସେହି ।
ଫଗୁ ଦଶମୀରୁ ଚାଞ୍ଚୁରି କାନ୍ଧେଇ
ବୁଲିବାର ପ୍ରଥା ଏହି
ଘରେ ଘରେ ବୁଲି ଖୁଆନ୍ତି କୃଷ୍ଣଙ୍କୁ
ସର ଲବଣୀ ସେ ଦହି ।
ଦୋଳ ପୂର୍ଣ୍ଣିମାରେ ପୂଜନ୍ତି ଭୈରବୀ
ମନେ ଭକ୍ତି ଭାବ ବହି
ରାଧା କୃଷ୍ଣ ସାଥେ ବାଡି ପୂଜାକରି
ଲଉଡି ଖେଳନ୍ତି ସେହି ।
ବେଶଭୂଷା ସାଥେ ଅଳଙ୍କାର ପିନ୍ଧି
ମନରେ ସରାଗ ବହି
ଭଉଡି ଖେଳନ୍ତି ଏକତ୍ରିତ ହେଇ
ସେନେହ ମମତେ ସେହି ।
ହାତେ ମୁଣ୍ଠୁଣିଏ ଲଉଡି ବାଡିଟି
ତିଆରି କରନ୍ତି ସେହି
କେବେ ବି ଲଉଡି କିଣି ଖେଳି ଥାନ୍ତି
ହାଟ ବଜାରରୁ କେହି ।
ବାର ଜଣରୁ ତ କମ୍ ହୋଇଲେ
ଖେଳଟି ତ ହୁଏ ନାହିଁ
ଷୋହଳ ଜଣରେ ଲଉଡି ଖେଳଟି
ଜନେ ଦେଖୁ ଥାନ୍ତି ଚାହିଁ ।
ଗୀତ ତାଳେ ତାଳେ ପାଦ ପଡୁଥାଏ
ମନଟି ବିଭୋର ତହିଁ
ବାଜା, ଝୁମୁକା ,ଶିଙ୍ଗା ଢୋଲକିର ଶବ୍ଦେ
କମ୍ପି ଉଡୁଥାଏ ମହୀ ।
ଫଗୁ ଅବିବରକୁ ମଥାରେ ବୋଳିଣ
ଲଉଡି ଖେଳନ୍ତି ସେହି
ଗୋପାଳ ଭାଇ ଯେ ହାତେ ବାନା ଧରି
ଛିଡା ହେଇଥାନ୍ତି ରହି ।
ଏବେବି ଗାଆଁରେ ଗୋପାଳ ଭାଇଏ
ଏକ ମନ ହେଇ ସେହି
ଲଉଡି ଖେଳନ୍ତି ଗୀତ ସେ ବୋଲନ୍ତି
ପ୍ରଥା ପରମ୍ପରା ଏହି ।
ଗୋପାଳ ଭାଇଙ୍କ ଏଇ ପରମ୍ପରା
ରହିଛି ତ ଥିବ ରହି
ଅତୀତରେ ଥିଲା ଏବେ ବିତ ଅଛି
ଭବିଷ୍ୟତେ ଥିବ ଏହି ।
ଶୁଣ ଆଗୋ ଦାସୀମାନେ
ଆଜ ମୁଁ ଯାଉଛି ଦଧି ମନ୍ଥନେ
ଦାସୀଏଗୋ ।
ଗୃହ କାର୍ଯ୍ୟ କରିବ ଯତନେ ।
ଦାସୀଏଗୋ ।
ଏତିକି ମାତ୍ର କରିବ
ସେ ଯେବେ ନିଦ୍ରାରୁ ଉଠି ବସିବ
ଦାସୀଏ ଗୋ
ତାକୁ ଶୁଆଇ ପାଖେ ରଖିବ ।
ଦାସୀଏଗୋ ।
ଅତି ଅବୁଝାଟି ସେହି
ଯେତେ ବୁଝାଇଲେ ବୁଝଇ ନାହିଁ
ଦାସୀଏଗୋ
ଦୁର୍ଦଣ୍ଡ ମୋ କଳା କହ୍ନେଇଁ ।
ଦାସୀଏଗୋ ।
ଦଧି ମୁଣ୍ଡେଇ ମୁଣ୍ଡରେ
ଚାଲି ଯାଉଥିବେ ଗୋପ ଦାଣ୍ଡରେ
ଦାସ ଏଗୋ
ଗୀତେ ବଲ୍ଲଭ କହଇ ଧୀରେ ।
ଦାସୀଏ ଗୋ ।
